Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

ଅନିଲ କୁମାର

Romance

3  

ଅନିଲ କୁମାର

Romance

ତୁମ ବିନା

ତୁମ ବିନା

1 min
23


ବି ଦ୍ର: କବିତାଟି ଏକ ସମ୍ପୂର୍ଣ୍ଣ କାଳ୍ପନିକ ବିଷୟ ଆଧାରିତ। ମନରେ ଆସୁଥିବା ଅନେକ ଭାବନା ତଥା ଜଡ ଓ ଚେତନାର ପ୍ରତିଫଳନ କରିବାକୁ ଏ କବିତାରେ ପ୍ରୟାସ କରିଛି। ନିର୍ଲିପ୍ତ ଜୀବନେ ବିବସତାକୁ ଆଡେଇ ଦେଇ ସମ୍ଭାବନାର ସନ୍ଦିକ୍ଷଣରେ ଏ କବିତାର ପରିକଳ୍ପିତ ।କେମିତି ଲାଗିଲା ମତାମତ ଟିଏ ରଖିବେ ।


ତୁମ ବିନା ନିଖିଳ କାନନେ

    ପଲ୍ଲବ ଆସେନା

ତୁମ ବିନା ମୌସୁମୀ ଆକାଶେ 

   ନୀରଦ ଦିଶେନା ।। ୧।।


ତୁମ ବିନା କ୍ଲିନ୍ନ ଉପବନେ

   କୁସୁମ ଫୁଟେନା 

ତୁମ ବିନା କୋଇଲି ପଞ୍ଚମ 

   ଆଳାପେ ଗାଏନା ।। ୨ ।।


ତୁମ ବିନା ଫଗୁଣରେ ଫଗୁ  

    ଦେହରେ ଲାଗେନା

ତୁମ ବିନା ଧାରା ଶ୍ରାବଣରେ 

    ମାଟି ବି ଭିଜେନା ।। ୩ ।।


ତୁମ ବିନା ବସନ୍ତରେ ମୃଦୁ 

    ମଳୟ ବହେନା

ତୁମ ବିନା ଆମ୍ବ ବଗିଚାରେ

   ବଉଳ ଆସେନା ।। ୪ ।।


ତୁମ ବିନା ନୀରଧିରେ ଢେଉ

    ବେଳାକୁ ଛୁଏଁନା

ତୁମ ବିନା ଦୀଘି ସରୋବରେ 

   ନୀରଜ ମିଳେନା ।। ୫ ।।


ତୁମ ବିନା ଖୋଲା ଆକାଶରେ 

    ବିହଙ୍ଗ ଉଡେନା

ତୁମ ବିନା ପୂର୍ଣ୍ଣିମା ରାତିରେ

    ଜହ୍ନ ବି ଉଏଁନା ।। ୬ ।।


ତୁମ ବିନା ନିଘୋଡ ନିଦରେ

   ସ୍ବପ୍ନ ବି ଦେଖେନା

ତୁମ ବିନା ଶୀତ ସକାଳରେ

   ନୀହାର ବର୍ଷେନା ।। ୭ ।।


ତୁମ ବିନା ପ୍ରୀତିର କବିତା

  ଲେଖି ତ ପାରେନା

ତୁମ ବିନା କଳ୍ପନା କୁଟୀର 

   ଗଢିବି ହୁଏନା ।। ୮ ।।


ତୁମ ବିନା ନିସାଃର କାମନା

   ମନରେ ପଶେନା

ତୁମ ବିନା ନିର୍ମାଖୀ ଜୀବନ 

   ଭରସା ପାଏନା ।। ୯ ।।


ତୁମ ବିନା ସାଙ୍ଗ ସାଥୀ ମେଳ

    ଭଲ ତ ଲାଗେନା 

ତୁମ ବିନା ବାଲି ଘର ଖେଳ

   ମନେ ବି ପଡେନା ।। ୧୦।।



Rate this content
Log in

Similar oriya poem from Romance