STORYMIRROR

subrat kumar jena

Romance

3  

subrat kumar jena

Romance

ତୁମ ବିନା ପ୍ରିୟ

ତୁମ ବିନା ପ୍ରିୟ

1 min
9.5K


ଖାଲି ପଡ଼ିଛି ମୋ ହୃଦୟ କାନଭାସ୍

ଆସି ଆଙ୍କିବ କେବେ ପ୍ରେମ ଛବି

ସାଧା ସିଧା ମୋ ଜୀବନ କାଗଜେ

ସାଜିଵ କେବେ ପ୍ରେମର କାବ୍ୟ ହେ କବି

ବର୍ଣ୍ଣ ର ଛିଟରେ ଏମିତି ରଙ୍ଗିବ

ଜୀବନ ମୋ ଲାଗିବ ପୂର୍ଣ୍ଣ ପୂର୍ଣ୍ଣ

କାହିଁକି କେଜାଣି ତୁମ ତୂଳୀ ସ୍ପର୍ଶ ବିନା

ପ୍ରତିକ୍ଷଣ ମୋର ଲାଗେ ସଦା ଚୂର୍ଣ୍ଣ ଚୂର୍ଣ୍ଣ

ଭାବ ଭଙ୍ଗୀ ତୁମ କଥା ତ କହି ବ

ଲୁଚା ଛପା ପୁଣି କେତେ ଅଜଣା ଆସୁଣା

ସ୍ପର୍ଶ କାତର ଲାଜକୁଳୀ ଲତା ମୁଁ ଯେ

ତୁମ ରଙ୍ଗ ହିଁ ମୋର ହୀରା ନୀଳାର ଗହଣା

ତୁମେ ହିଁ ଗଢ଼ିବ ତାଜମହଲ କେବେ

ନୀରବ ଯମୁନା ନଦୀ ତୀରେ

ବଖାଣିଵ କେବେ କେଦାର ଗୌରୀ ପ୍ରେମକୁ

ସୁଦୀର୍ଘ ବିସ୍ତୀର୍ଣ୍ଣ ମୋ କାନଭାସ ର ବୁକୁରେ

ଅଜଣା ଅଜଣା ଲାଗେ ଏ ସହର

ଲାଗନ୍ତି ସଭିଏଁ ସାତ ଦୂର ସାତ ପର

କୁହ କେବେ କୁହ ଆସିବ ମୋ ପ୍ରିୟ

ତୁମ ପ୍ରୀତିର ମହକେ ହସିବ ମୋ ଛୋଟ ସଂସାର

ରାତି ପରେ ଦିନ ଯାଏ ପୁଣି ବିତି

ପ୍ରିୟ ତୁମେ କାହିଁ ଆସୁ ନାହଁ

ଆସିବ ଆସିବ ବୋଲି ଯାଇଥିଲ କହି

ହେଲେ ତୁମେ ଆସି ମୋ ଦୁଃଖ କାହିଁ ବୁଝୁ ନାହଁ

ତୁମ ବିନା ଫିକା ଲାଗେ ସପନଟା ମୋର

ପ୍ରୀତିର ଫୁଲ ଯାଏ ମଉଳି

ସବୁ ରଙ୍ଗ ଆଜି ଫିକା ଫିକା ଲାଗେ

ତୁମ ବିନା ପ୍ରିୟ ମୁଁ ପଡ଼ିଲିଣି ଝାଉଁଳି


ସୁବ୍ରତ କୁମାର ଜେନା, ଯାଜପୁର,9776208630


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance