STORYMIRROR

Debabrata Jena

Inspirational

3  

Debabrata Jena

Inspirational

ତୁମ ବିନା ନିଃସ୍ୱ ମୁହିଁ

ତୁମ ବିନା ନିଃସ୍ୱ ମୁହିଁ

1 min
14K




ହେ ଗୁରୁ ତୁମେ ମଙ୍ଗଳମୟ
ତୁମ ବିନା ନିଃସ୍ୱ ମୁହିଁ
ମୋ ଜୀବନ ପଥ ନାବିକ ଗୋ ତୁମେ
ତୁମ ବିନା ମୁକ୍ତି କାହିଁ ।।
ହେ ଗୁରୁ ତୁମେ ମଙ୍ଗଳମୟ......
ତୁମେ ବ୍ରହ୍ମା ବିଷ୍ଣୁ ତୁମେ ଆଶୁତୋଷ
ତୁମେ ଆଲୋକ ଦିଶାରୀ
ଜ୍ଞାନର ମଶାଲ ପ୍ରଜ୍ବଳିତ କର
ଅଜ୍ଞାନ ମନୁ ହଟାଇ ।।
ହେ ଗୁରୁ ତୁମେମଙ୍ଗଳମୟ........
ତୁମେ ମାତା ପିତା ତୁମେ ବନ୍ଧୁ ସଖା
ତୁମେ ମୋ ଜୀବନ ସାଇଁ
ମୋ ଜୀବନ ପଥ ଆଲୋକିତ କର
ସାଜିଣ ଜଷ୍ଟି ମୋ ପାଇଁ ।।
ହେ ଗୁରୁ ତୁମେମଙ୍ଗଳମୟ........
ତୁମରି ଆଶିଷେ ରହିଛି ଧରାରେ
ଆସିଛ ତୁମେ ମୋ ପାଇଁ
ତୁମ ନାମ ଗାଇ ବିତିଯାଉ ଦିନ
ଆଉ କିଛି ମାଗୁ ନାହିଁ ।।
ହେ ଗୁରୁ ତୁମେ ମଙ୍ଗଳମୟ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational