STORYMIRROR

Prakash ranjan Swain

Romance

4  

Prakash ranjan Swain

Romance

ତୁମ ଆଖି

ତୁମ ଆଖି

1 min
344

ଖୁବ ପାଖରୁ ଦେଖିଛି 

ତୁମର ସେ ଦୁଇ ନିରୀହ ଆଖିକୁ

ପ୍ରତି ମୁହୂର୍ତ୍ତରେ ପଡୁଥିଲା 

ତୁମ ଆଖିର ପଲକ 

କିଛି ଆଶା ଥିଲା 

ଆଉ କିଛି ସ୍ବପ୍ନ ବି ଥିଲା, 

ତୁମ ଢଳ ଢଳ ଆଖି 

କିଛି କଥା ମଧ୍ୟ କହୁଥିଲା,

କିନ୍ତୁ ମୁଁ ଚାହିଁଥିଲି ତୁମର ଆଖିକୁ 

ମୋର ଅପଲକ ନୟନରେ 

ଆଉ ପଢ଼ିଥିଲି ସେଇ 

ପ୍ରେମର ଅପୂର୍ବ କାହାଣୀ 

ଯାହା ଲେଖିଥିଲ ତୁମେ 

ପ୍ରେମର ରଙ୍ଗ ଅବିର ଦେଇ

ତୁମର ଦୁଇ ଟୋପା ଲୁହରେ ।

ବହୁଥର ବୁଝେଇବାକୁ 

ଚେଷ୍ଟା ମୁଁ କରିଛି 

ହେଲେ ବୁଝେଇ ପାରିନି 

ମୋର ଏଇ ଅବୁଝା ମନକୁ ।

ରୋକିବାକୁ ଚାହିଁଲେବି 

ରୋକି ମୁଁ ପାରିନି, 

ଅଟକାଇବାକୁ ଚାହିଁଲେବି 

ଅଟକାଇ ମୁଁ ପାରିନି, 

ତୁମର ସେଇ ଦୁଇ ଆଖିକୁ 

ଦେଖିବା ପାଇଁ 

ମୋର ଏଇ ଦୁଇ ଆଖିକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance