STORYMIRROR

Satyabati Swain

Classics

3  

Satyabati Swain

Classics

ତୁମ ଆଡେ ଶୀତ ପଡିଛି

ତୁମ ଆଡେ ଶୀତ ପଡିଛି

1 min
418

ହଁ ଶୀତ ପଡିଛି

ଗୋଟେ ଫଟା ପଲିଥିନ ଉପରେ

ଯାହା ତଳେ ଅଶୀ ବର୍ଷର

ରହୁଥିଲା ଜଣେ ବୁଢ଼ୀ ମାଆ।


ଶୀତ ପଡିଛି

ଛକ ବାଦାମ ବିକାରେ

ଖୁଣ୍ଟିଆ ଦୋକାନ

କମଳ ସ୍ଵେଟର ଓ ଜ୍ୟାକେଟ ଉପରେ।


ଶୀତ ପଡିଛି

ଫୁଲ କୋବି

ବନ୍ଧା କୋବି କିଆରୀରେ

ଲିପାପୋଛା ଖଳାରେ

ଲକ୍ଷ୍ମୀ ନାରାୟଣ ପୂଜା ମଣ୍ଡପରେ।


ଶୀତ ପଡିଛି

ବୁଢା ବା ଅଧ କଂସେ ନାଲି ଚା

ଭସା ମୁଢିରେ

ବାବୁଙ୍କ ୱାଇନ୍ ଵଟଲ୍ ରେ।


ଶୀତ ପଡିଛି

ଭାଇରାଣ୍ଟ ଭୟରେ ଥରୁଥିବା

ମଣିଷ ଉପରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics