STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ତୁହିମା ଜନମ ଭୂଇଁ ,,,,,,,,,,,,,,,,,,,,,,,,,,,,

ତୁହିମା ଜନମ ଭୂଇଁ ,,,,,,,,,,,,,,,,,,,,,,,,,,,,

1 min
300


ତୁହି ମା ଜନମ ଭୂଇଁ ପବିତ୍ର ଧାତ୍ରୀ 
ଗଙ୍ଗା ଠାରୁ ଗୋଦାବରୀ ଠୁ ସରସ୍ବତୀ 
ବସୁମତୀ ତୁହି ଧରିତ୍ରୀ 
ତୋ କୋଳେ ଜନମ ନେଇ ଅପାର ଶାନ୍ତି 
ମେଦିନୀ ଧରଣୀ ଧରା ପ୍ରୀତି ମୈତ୍ରୀ ଶକ୍ତି 
ଅମୃତ ଜଳ ବାରିଧି ପାଇ ଖାଦ୍ୟ ବସ୍ତ୍ର ନିତି 
ପାହାଡିଝରଣା ସାଗରଲଳନା କ୍ଷେତ ବିସ୍ତୃତି 
ପେଟ ଚିରି ପୁଣ୍ୟତୋୟା ଗୋଦାବରୀ 
ବନ୍ଦଇ ନିତି ଚରଣ ଆନନ୍ଦ ମତି 
ତୋ କୋଳେ ଜନମି ମୁହିଁ 
ତ୍ୟାଗ ପୁତ ଜୀଵନ ଜିଇଁ 
ଇତିହାସ ରହିଛି ରହିବ ଅମର ହୋଇ 
ସ୍ବର୍ଣ୍ଣପ୍ରସୁ ତୁହି ମାତ ସ୍ନେହ ପ୍ରେମ ଅମୃତ 
ଭାଇଚାରା ସଂସ୍କୃତି ପରମ୍ପରା ଶୋଭିତ 
କେତେ ବୀର ନର ନାରୀ ଜନ୍ମି ମୃତ୍ୟୁ ଆବୋରି 
ପାଦ ଚିହ୍ନ ପକାଇ ଗଲେଣି ଫେରି 
ସେଇ ଚିହ୍ନ ଅନୁସରି ବନ୍ଦେ ଉତ୍କଳ ଜନନୀ ସ୍ମରି 
ମଣିଷପଣିଆ ସୁଗନ୍ଧ ବିତରି 
ଆସୁ ଯେତେ ଐରୀ ବୈରୀ 
ପଛଘୁଞ୍ଚା ନାହିଁ ଜାତକେ ତୋରି ମୋରି 
ଧରିତ୍ରୀ ମାତା ପାଦ ଆବୋରି 
ଗାଉଥିବା ଜୟ ଜନନୀ ବୀରପ୍ରସବିନୀ ଆମରି
,,,,,,,,,,,,,,,,,,,,,,,,,,,,


Rate this content
Log in

Similar oriya poem from Abstract