ତୁହି ମା ଜନମ ଭୂଇଁ ପବିତ୍ର ଧାତ୍ରୀ
ଗଙ୍ଗା ଠାରୁ ଗୋଦାବରୀ ଠୁ ସରସ୍ବତୀ
ବସୁମତୀ ତୁହି ଧରିତ୍ରୀ
ତୋ କୋଳେ ଜନମ ନେଇ ଅପାର ଶାନ୍ତି
ମେଦିନୀ ଧରଣୀ ଧରା ପ୍ରୀତି ମୈତ୍ରୀ ଶକ୍ତି
ଅମୃତ ଜଳ ବାରିଧି ପାଇ ଖାଦ୍ୟ ବସ୍ତ୍ର ନିତି
ପାହାଡିଝରଣା ସାଗରଲଳନା କ୍ଷେତ ବିସ୍ତୃତି
ପେଟ ଚିରି ପୁଣ୍ୟତୋୟା ଗୋଦାବରୀ
ବନ୍ଦଇ ନିତି ଚରଣ ଆନନ୍ଦ ମତି
ତୋ କୋଳେ ଜନମି ମୁହିଁ
ତ୍ୟାଗ ପୁତ ଜୀଵନ ଜିଇଁ
ଇତିହାସ ରହିଛି ରହିବ ଅମର ହୋଇ
ସ୍ବର୍ଣ୍ଣପ୍ରସୁ ତୁହି ମାତ ସ୍ନେହ ପ୍ରେମ ଅମୃତ
ଭାଇଚାରା ସଂସ୍କୃତି ପରମ୍ପରା ଶୋଭିତ
କେତେ ବୀର ନର ନାରୀ ଜନ୍ମି ମୃତ୍ୟୁ ଆବୋରି
ପାଦ ଚିହ୍ନ ପକାଇ ଗଲେଣି ଫେରି
ସେଇ ଚିହ୍ନ ଅନୁସରି ବନ୍ଦେ ଉତ୍କଳ ଜନନୀ ସ୍ମରି
ମଣିଷପଣିଆ ସୁଗନ୍ଧ ବିତରି
ଆସୁ ଯେତେ ଐରୀ ବୈରୀ
ପଛଘୁଞ୍ଚା ନାହିଁ ଜାତକେ ତୋରି ମୋରି
ଧରିତ୍ରୀ ମାତା ପାଦ ଆବୋରି
ଗାଉଥିବା ଜୟ ଜନନୀ ବୀରପ୍ରସବିନୀ ଆମରି
,,,,,,,,,,,,,,,,,,,,,,,,,,,,