STORYMIRROR

Dharmananda Maharana

Inspirational

3  

Dharmananda Maharana

Inspirational

ତୁଚ୍ଛ ରାଗରୋଷ

ତୁଚ୍ଛ ରାଗରୋଷ

1 min
224

କାହା ପାଇଁ ଏଠି ଏତେ ରାଗ ରୋଷ, କାହିଁକି ଏ ଅଭିମାନ

ଆଗ ପଛ ହୋଇ ଜଣ ଜଣ ଯିବା, ସଭିଏଁ ଏକଥା ଜାଣ ।। 


ଗର୍ବ ଅହଂ ବଳେ(କେହି) ବଳିଷ୍ଠ ହୋଇନି, ରହିଅଛି କିମ୍ବଦନ୍ତୀ

ପରକୁ ନିଜର କରି ଦେଖି ନିଅ, ମିଳିବ ଅପୂର୍ବ ଶାନ୍ତି

ପର ଦୁଃଖେ ହୁଅ କାତର ସରବେ, ଦୁଃଖ ହେବ ତୁମ ଆନ

କାହା ପାଇଁ ଏଠି ଏତେ ରାଗ, ରୋଷ, କାହିଁକି ଏ ଅଭିମାନ ।।


ମିଷ୍ଟ ଭରା କେଇ ପଦକ କଥାରେ, ଦୁନିଆ ହେବ ନିଜର

ସେଥିଲାଗି ଜ୍ଞାନୀଗୁଣୀ ସାଧୁଜନ, ଭାବ କରନ୍ତି ଉଦାର ।।


ମୂଢ ମନୁଷ୍ୟ ଏ ଜାଣି ନ ପାରଇ, ସୁଖ ମନ୍ତ୍ର ବୋଲି ସିଏ

ଶାସ୍ତ୍ରଜ୍ଞାନ ଧରି ପଣ୍ଡିତ ବୋଲାଏ, ବୁଝାଇବ ତାକୁ କିଏ ?

ଆଜି ଯଦି ନାଇଁ କାଲିକି ଗରବ, ହୋଇବ ତୋର ଖଣ୍ଡନ

ଆଗ ପଛ ହୋଇ ଜଣ ଜଣ ଯିବା, ସଭିଏଁ ଏକଥା ଜାଣ ।।


ତୁଚ୍ଛ ରାଗ, ରୋଷ କିଛି ନାହିଁ ଲାଭ, କ୍ଷଣ ସୁଖ ଇଏ ଭାଇ

ଇହ ଧାମ ତ୍ୟାଗ କରିଗଲେ ମଧ୍ୟ, ଯଶ ଅରଜିବୁ ତୁହି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational