STORYMIRROR

Upendra prasad Mahala

Inspirational

4  

Upendra prasad Mahala

Inspirational

ତୁ ନିଶ୍ଚୟ ଅ।ସିବୁ

ତୁ ନିଶ୍ଚୟ ଅ।ସିବୁ

1 min
245




ଜାଣେ, ତୁ ନିଶ୍ଚୟଁ ଆସିବୁ ଦିନେ
ପଞ୍ଚଜନ୍ୟ ଧ୍ବନିରେ ବିନାଶକାରୀ
ବିଷବଳୟ ଭେଦି। ଚକ୍ର ଉହାଡ 
କରି ରଖିବୁ ତୋ ଭାବ-ବନ୍ଧନ  ।
ହୃଦୟ ମନ୍ଦିରେ ଗଢି ଆଶା ବାଲିବନ୍ଧ 
ଚାହିଁ ବସିଛି ଆସିବା ବାଟ !!

ହେ ଭକତ ବାନ୍ଧବ !!
ଚାରିଅ।ଡେ  ମୃତ୍ୟୁ ଓ
ଭୟର ବିଚଳିତ ଅନ୍ଧାର।
ଆ' ଖାଲି ଥରେ ଦେଖିଯା'
କେମିତି ଚାଲିଛି ଜୀବନ ମହାଯାତ୍ରା।
ମଶାଣିରେ ଲିଭୁନି ଜୁଇର ନିଆଁ,
ଧୁମମୟ ମାଟିରୁ ଆକାଶ, ଗଛବୃଚ୍ଛ ।
ଚାରି ଅ।ଡେ ଶୁଭୁଛି ' ରଖ ରଖ ହୁରି'
ଶୁଭୁନି  କି ତୋତେ ? 

ଥରେ ଭକ୍ତର ଡାକରେ ସାକ୍ଷ୍ୟ ଦେବାକୁ 
ଆସି ଅଟକିଗଲୁ ବାଟ ମଝିରେ
ହେଲୁ ସାକ୍ଷୀ ଗୋପୀନାଥ ।
ତୁହି ତ କୃଷ୍ଣ, ତୁହି ଜଗମୋହନ ।
ଆ' ଗମ୍ଭୀରା ଛାଡି, ଦେଖିଯିବୁ ଆ' ।
ଅସତ୍ୟ ଲାଗି ସାକ୍ଷ୍ୟ ଦରକାର ନାହିଁ,
ଅନେକ ଆଖିର ଲୁହ ଏଠି ସାକ୍ଷୀ।
ଆ' ଥରେ ବୁଲାଇ ଆଣିବି ନିଃଶବ୍ଦ
ରାତିରେ ଗାଁ ମଶାଣିରୁ ସ୍ବର୍ଗଦ୍ବାର।
କେମିତି ଜଳୁଛି ଜୁଇ, କାହା ବିଷ
ନିଃଶ୍ବାସରେ ଜୀବନ ପାଲଟୁଛି 
ମୁଠା ମୁଠା ପାଉଁଶ, ଦେଖିଯିବୁ ।

ଜାଣେ ତୁ ନିଶ୍ଚୟଁ ଆସିବୁ 
ବାଜୁଥିବ ପାଦେ ଘୁଙ୍ଗୁର
କ୍ଷଣେ କ୍ଷଣେ କାନ ଡେରିଥିବି 
ତୁଳସୀ, ଚନ୍ଦନ ବାସୁଥିବ ।
ଡେଇଁଯିବାକୁ ପଡିବ ବିଷବଳୟ
ଘେରା ବିଲବାଡି, ନଇନାଳ ।

ଚାଲିବା ସହଜ ନୁହେଁ ଏତେ ବାଟ। 
ଥକିଗଲେ ଛଳିଆପଣରେ ବସିବୁନି,
ଖୋଜିବୁନି ଚାନ୍ଦୁଆବୁଣା ବିଞ୍ଚଣା
ବାଲିରେ ପୋତିବୁନି ପାଦ ।
ଜାଣେ, ମୋତେ ଠକି ପାରିବୁନି,
ଚାହିଁବିନି ପଛକୁ, ନିଶ୍ଚେ ଆସୁଥିବୁ ।

କହ ମୋତେ, ଏନୁହେଁ କୁରୁକ୍ଷେତ୍ର 
ମହାଯୁଦ୍ଧ, ଘୂରୁନି ସୁଦର୍ଶନ। କାହିଁକି 
ପଡିଛି କୁଢକୁଢ ଅଛୁଆଁ ମୁର୍ଦ୍ଦାର।
କାନ୍ଧ ଦେବାକୁ କେହି ନାହିଁ । ଭୟରୁ
ହଜିଛି ମାନବିକତା, ସଭିଏ
ସ୍ବାର୍ଥପର, ଅଚିହ୍ନା, ଅପରିଚିତ ।
ତୁ ଜାଣୁ, ତାରିବୁ କି ମାରିବୁ, 
ଛଦ୍ମବେଶୀ ଅସୁର ପ୍ରବଳ
ଖାଇଗଲେଣି ମାଟି, ପାଣି, ପବନ
ମଣିଷ ଖୋଳୁଛି ନିଜ ମରଣ ଗାତ !!

କହ କାହିକି ମଉନ ,କି ବିବଶତା,
କେଉଁଠି ହଜାଇ ଦେଇଛୁ କି 
ମୋହନ ବଂଶୀ, ସୁଦର୍ଶନ ?
ତୋତେ କି ଶୁଭୁନି ଆର୍ତ୍ତିର ସ୍ବର !!
କହିଦେ, ବିପଦ କାଳେ ରଖିନୁ
କାହାକୁ, ଶୁଣିନୁ ଗଜରାଜ,
ମୃଗଣୀ, ଦ୍ରୌପଦୀଙ୍କ ଡାକ,
ପ୍ରଳୟ ଜଳେ ବାହି ଅ।ଣିନୁ ନାବ ??

ଜାଣେ ଆସିବୁ 'ହେ ଇଚ୍ଛାମୟ',
ତୋ ଭଲ ପାଇବା ରଂଗ ନେଇ।  
ତୁ ଅସ୍ତସୂର୍ଯ୍ୟ, ତୁ ବି ଉଦୟ ବେଳର।
ବିଶ୍ବାସର ବନ୍ଧ ବାନ୍ଧିରଖିଛି
ଅପସରି ଯିବ ଅନ୍ଧାର, କିଛିନା 
କିଛି ଘଟିବ ବିସ୍ମୟକର !!

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational