ତୁ କଣ ଚାହୁଁଛୁ
ତୁ କଣ ଚାହୁଁଛୁ
ଛାଡିଲି ତୋ ପାଇଁ
ଘର
ପରିବାର
ବନ୍ଧୁ ବାନ୍ଧବ
ସାଙ୍ଗ ସାଥି
ଗୁଲି ଖଟି
କ୍ରିକେଟ୍ ଖେଳ ଚାରିଟା ବେଳର । ୧
ପାଇଛି ତୋଠୁ
ଛଳନା
ପ୍ରତାରଣା
ବିଶ୍ୱାସଘାତକତା
ନାଟକୀୟତା
ସ୍ୱାର୍ଥପରତା । ୨
ଭୁଲି ଗଲି ମୁଁ
ବାପା ମାଆର ସ୍ନେହ
ସାଙ୍ଗ ସାଥିଙ୍କ ସାହାର୍ଯ୍ୟ
ପରିବାରର ସଂସ୍କାର
ସମାଜର ନିୟମ ।୩
ଶେଷକୁ କଣ?
ତମେ ବଦଳି ଯାଇଛ
ହଁ ଯାଇଛି ମୁଁ ବଦଳି
ହୋଇ ଯାଇଛି ନିଜ ଠାରୁ ପର
ସାଙ୍ଗ ସାଥିଙ୍କଠୁ ଦୁର
ସମାଜ ଆଗରେ ପରିହାଷ
ମାତ୍ର ହରାଇ ନାହିଁ ସାହାସ ଓ ବିଶ୍ୱାସ ।୪
ବଦଳି ଯାଇଛି
ମୋ ବ୍ୟବହାର
ଚରିତ୍ର
ମୋ ହସ
ସମ୍ବେଦନଶୀଳତା
କର୍ତ୍ତବ୍ୟ ।୫
ମାତ୍ର ବଦଳି ନାହିଁ
ମୋ ଚିତ୍ର ମୋ ଚରିତ୍ରର
ତାହା ହିଁ କରିବି
ଯାହା ଧର୍ମ ଆଧାରିତ
କର୍ତ୍ତବ୍ୟ ଜଡିତ । ୬

