STORYMIRROR

DEEPALI JENA

Drama Romance

3  

DEEPALI JENA

Drama Romance

ତୁ କିଏ

ତୁ କିଏ

1 min
175

ତୁ କିଏ? 

ଯାହାକୁ ଦେଖେ ମୁଁ 

ମୋ ସ୍ଵପ୍ନ ଭିଜା ସହରେ

ଶୀତର ଚାଦର ତଳେ

ବେନ୍ଗୁଲି ରାଣୀର ଛତୁ ଛତା ତଳେ 

ଅପେକ୍ଷା କରିଛି ଚିଠିଟିଏ ଧରି

ନେଇ ଯିବ ପୁଣି କେଉଁ ଅଜଣା ସହରେ 

କେବେ ଗୀତ ଗାଇବ କେବେ ଗପ କହିବ

କେବେ ହାତଧରି ପୁଣି ଚାଲି ଶିଖେଇବ 


ତୁ କିଏ ?

ଯିଏ ଥାଏ ମୋ ପାଶେ ପବନ ହେଇ 

ଦେଉଥାଏ ତାର ଶୀତଳ ଛାଇ 

ରଗାଏ, ରୁଷାଏ ପୁଣି 

ଆପଣାଛାଏଁ ମନଉଥାଏ


ତୁ କିଏ? 

କାହିଁକି ଆଶୁ ଅଦ୍ରୁଶ୍ୟ ହେଇ

ନେଇ ମତେ କୋଳେ ଧରି ବୋକ ଦେଇ 

ପୁଣି ବୁଲାଉ ସପନପୁରି


ତୁ କିଏ ?

ରହିଥାଉ ମୋ ଛାଇହେଇ 

ଡରିଗଲେ ମୁଁ କୋଳେଇନଉ

ଦେଖାଉ କେତେ ରଙ୍ଗ ଭଳିକି ଭଳି 


ତୁ କିଏ?

ଛୁଇଁ ମୁଁ ପାରେନି ତତେ 

ଖାଲିଯା ଦେଖେ ଦୂରରୁ 

ଅନୁଭବ କରେ ପାଶରୁ

ଲୁଚକାଳି ଖେଳ୍ ପଛେ ମୋ ସାଥେ 

ହେଲେ ତୁ ଥା ମୋ ହ୍ରୁଦ କୋଲପରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama