STORYMIRROR

Maitreyee Kamila

Inspirational

3  

Maitreyee Kamila

Inspirational

ତୁ ହି ମାଆ ବିରଜା

ତୁ ହି ମାଆ ବିରଜା

1 min
11.8K

ତୁହିମାଆ ବିରଜା ଯାଜପୁର ବାସିନୀ

ଶକତି ରୂପିଣୀ ଅଭୟ ଦାୟିନୀ

ମାଆ ଗୋ ସଙ୍କଟ ହାରିଣୀ

ଜଗତକୁ ଚାହିଁଦେ ତୁ ଖୋଲି ବେନି ନୟନୀ

ଶକ୍ତି ପୀଠ ବୋଲି ବଡ଼ ନାମ ଡାକ

ପୁଣ୍ୟ ନଦୀ କୂଳେ ତୋର ଆବିର୍ଭାବ

cସେ ଯେ ଉତ୍କଳ ଶ୍ରେଷ୍ଟ

ତୋପାଇଁ ଲଭିଛି ପୁରାଣ ପ୍ରସିଦ୍ଧ

ମାଆ ଗୋ ବିରଜା ବିଜେ ହୋଇ ଅଛ

ହେବା ପାଇଁ ପରା ସାହା ଏ ଜଗତ l


ତୋହରି ଭକତ ଚାହିଁଇଛି ଦେଖ

ତାରିବୁ ବୋଲି ତୁ ଏ ଘୋରବିପଦ

ତୋ ଶକ୍ତି ପୀଠର ମହିମା ଅନେକ

ଦରଶନ ଟିକେ ପାଇ ଯେ ଭକତ

ତୋ ନାମ କୁ ଗାଇ ଅସାର ଜଗତେ

ତୋ ଆଶିଷ ଲଭି ହୁଅନ୍ତି ଧନ୍ୟ l


 ଯାଜପୁରେ ମାଆ ପାଉଥାଅ ପୂଜା

ଉଡେ ଯେବେ ତୁମ ପବିତ୍ର ଧ୍ୱଜା

ହେଲେ ସବୁ ଓଡ଼ିଆଙ୍କ ପାଇଁ ପୁଣ୍ୟ ପୀଠ ସେ ଯେ ବିରଜା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational