STORYMIRROR

Prafulla Chandra Mishra

Classics

2  

Prafulla Chandra Mishra

Classics

ତୁ ଗୋଟେ ଚିତ୍ର ପ୍ରତିମା

ତୁ ଗୋଟେ ଚିତ୍ର ପ୍ରତିମା

1 min
122

ଅଭୁଲା ରାଇଜ ରୂପସୀ ଛଇଳା

ନବ ବାଳା ଚାରୁଶିଳା

ଚିତ୍ର ପ୍ରତିମା ମୋନାଲିସା ଅବା 

ପରୀ ରାଇଜର ବାଳା


        ଆଲକତ,ଦୁଗ୍ଧ ମିଶ୍ରିତ ବରନା 

         ପଦ୍ମ ପାଖୁଡା ର ରଙ୍ଗ

        ଆନନ ଶୋଭନ ପୂର୍ଣ୍ଣିମା ର ଜହ୍ନ 

         ନୟନ ନୀଳ ତରଙ୍ଗ


ଚୁର୍ଣ କୁନ୍ତଳ କାକକୃଷ୍ଣ ଜଳ  

ସମାନ ଦିଶଇ ଶୋଭା

ସେବତୀ କଳିକା ମାଳା ବିଶୋଭିତା 

ତାରା ଭରା ଦିଶେ ଗଭା


        ରକ୍ତିମ ଯୁଗ୍ମ ଅଧରେ ଶୁଭ୍ର 

         ହୀରକ ର ଦନ୍ତ ପଂକ୍ତି

        ସୁଭାଷିନୀ ଭାଷା ବୀଣା ଯନ୍ତ୍ର ସମ

         ସମାନ ମଧୁର ଅତି


ଗଜମୁକ୍ତା ହାର ଗଳାରେ ସୁନ୍ଦର 

କାଞ୍ଚନ ଖଚିତ ରମ୍ୟ

ରଚିତ ଭୁଷିତ କରେ ବିମୋହିତ 

କମନୀୟ କୁଟିକମ


        ଉଦ୍ଧତ ଉରଜ ଯମଜ ସରୋଜ 

         କଳିକୁ ବଳି ସେ ଦିଶେ

        କୋଟି ସ୍ଵର୍ଣ୍ଣଚମ୍ପା ଝରିଯାଏ ଆହା 

         ତା’ର ମୃଦୁ ମନ୍ଦ ହସେ


ଢଳି ଢଳି ମଦାଳସୀ ରାଜହଂସୀ 

ଚାଲିରେ କଦମ୍ବ ଫୁଟେ

ଝୀନ ପତନି ରେ ପଦ୍ମିନୀ ନାୟିକା 

ଅଙ୍ଗୁ ସଉରଭ ଛୁଟେ


        ଅଳକା ପୁରୀର ଅଲିଅଳି ଜେମା 

         ଅନିନ୍ଦ୍ୟ ସୁନ୍ଦରୀ ବାମା

        ନଥିବେ ଏପରି ଲଳନା ତୁଳନା 

          ରମ୍ଭା,ମେନା, ତିଳୋତ୍ତମା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics