ତୁ ଏକାନ୍ତ ବନ୍ଧୁଟିଏ
ତୁ ଏକାନ୍ତ ବନ୍ଧୁଟିଏ
କୋଇଲି ଟା ଏବେ ଗାଉନି
ମଳୟ ବି ଟିକେ ଛୁଉଁନି
ସାଗର ଉତ୍ତାଳ ହେଉନି
ଥରେ ତୁ ମୌସୁମୀ ସାଥି ଆ l
ବାଟ ଜମା ଭୁଲି ଯାଆନି
ବାସ୍ତବ ବସନ୍ତ ହଜିଗଲାଣି
ଜହ୍ନ ମଳିନ ପଡିଗଲାଣି
କିଏ ରାହା ସାହା ଆହା କରୁନି ll
ବାଦଲ ଫାଙ୍କରୁ ବରଷା ଥରେ ଆ
ସବୁଜିମା ହଜିଗଲାଣି
ଶୀତରେ ମଲ୍ହାର ଶୁଭୁନି
ନିଆଁ ଉମ୍ହେଇ ବି ଜଳୁନି ll
ମନ ଉପବନେ ଫୁଲ ଫୁଟୁନି
ମୟୁର ଥରେ ପୂଛ ଟେକି ନାଚନ୍ତୁନି
ପ୍ରଜାପତି କାହିଁ ଦିଶୁନି ll
ସାଧବ ବୋହୁତ ଆସୁନି
ଶୀତଳ ଜୋଛନା ମିଳୁନି
ଫଗୁଣ ଫୁଲେଇ ହେଉନି
ବରଷାରାଣୀ ଥିରିପାଦେ ଥରେ ଆ ll
ପରବ ପୁନିଅଁ ଫେରିବ
ଭାଇଚାରା ପୁଣି ମିଳିବ
ଚାଷୀର ଆଖିରେ ତାରାଫୁଲ ଫୁଟିବ
ନୀଳକଇଁ ଆଉ ରୁଷିବନି ll
ଜହ୍ନକୁ ପରାଣ ବିକିବନି
ମେଘ ସଵାରୀରେ ବରଷା ଆନି
ତୁ ଏକାନ୍ତ ସାଥିଟେ ଆସିଗଲେ
ସଭିଏଁ ଫେରିବେ ଦେଖିନେବୁନି ll
