STORYMIRROR

Shiba Charan Mahapatra

Classics

3  

Shiba Charan Mahapatra

Classics

ତୁ ଅଛୁ ବୋଲି

ତୁ ଅଛୁ ବୋଲି

1 min
194


ଧୂଳି ଧୂସରିତ ସ୍ବେଦସିକ୍ତ ଦେହ ସୁବାସିତ ଚନ୍ଦନ 

ଅବୁଝା ଅଲୋଡ଼ା ହତାଦର ଶବ୍ଦକୋଷ ବହିର୍ଭୁତ ଶବ୍ଦ 

ଅର୍ଥପୂର୍ଣ୍ଣ ଅଳିକ ଜୀବନ,ତୁ ଅଛୁ ବୋଲି..!


ତୁ ଅଛୁ ବୋଲି, ମୋ ରକ୍ତ ରଙ୍ଗ କୃଷ୍ଣଚୂଡ଼ା

ମହମ ଦେହ କାଉଁରିଆ କାଠି ଅସ୍ଥି ମଜା ଗଢ଼ଣ ,

ବଜ୍ର ପରି ଖୁ ଶକ୍ତ..!


ପବନ ବୋଲକରା 

ସ୍ୱପ୍ନ ଝୁଲଣା ଇନ୍ଦ୍ରଧନୁ ,ମାମୁଁ ଘର ଗାଇ ଆକାଶର ତାରା 

ଅନ୍ଧାର ମୋ ଆଖିର କଜଳ,ପୁନେଇଁ ଜହ୍ନ ମଥା ଟିକିଲି

ହଁ ତୁ ଅଛୁ ବୋଲି..!


ତୁ ଅଛୁ ବୋଲି 

ଟାଇଁ ଟାଇଁ ଖରା ବେଳ ଭାରି ପ୍ରିୟ

ଆମ୍ବ ତୋଟା ପଦ୍ମ ପୋଖରୀ କିଆ ଗହୀର 

ବୁଢ଼ୀ ନଈ ଫୁଲ ପାହାଡ଼ ଜାମୁକୋଳି

ବାପାଙ୍କ ତାଗିଦ୍ ତୋର ଯେତେ ଗାଳି..!


ବଡ଼ି ଚୁରା ଶାଗ ଭଜା ପଖାଳ ଭାତ 

ରାଜ ମହଲ ସୁସ୍ୱାଦୁ ବ୍ୟଞ୍ଜନଠୁ ଶ୍ରେଷ୍ଠ ତୋ ସ୍ନେହ ଅବଢ଼ା ଅମୃତ

ଭଲରେ ଅଛି ମୁଁ ଦୃଶ୍ୟ ଅଦୃଶ୍ୟ ସବୁଠି 

ଖୋଲା ତୋ ଆଶୀର୍ବାଦ ହାତ,

ହଁ ତୁ ଅଛୁ ବୋଲି..!


ତୁ ଅଛୁ ତ ଅଭିଶପ୍ତ ନର୍କ ଶହେ ସ୍ୱର୍ଗଠୁ ଭଲ

ଲୁହ ଲହୁ ଲୁଣି ସମୁଦ୍ର କେଉଁ ମହୋଦଧି ଠାରୁ କମ୍ ନୁହଁ..!


ତୁ ଅଛୁ ତ ସୃଷ୍ଟି ଅଛି ମୁଁ ଅଛି

ତୁ ନଥିଲେ ଦୃଷ୍ଟିହୀନ ଅଶୁଦ୍ଧ ପୃଥିବୀ

ତୁ ଅଛୁ ତ ପୂର୍ଣ୍ଣ ଏ କବିତା 

ତୁ ନଥିଲେ ଜୀବନ ଅଚଳ ପଇସା 

ମୁଁ କିଛି ବୋଲି କିଛି ନାହିଁ ବେରଙ୍ଗ ନିସ୍ପନ୍ଦ ଅଦରକାରୀ ଜଳଛବି..!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics