ତୁ ଆଉ ମୁଁ
ତୁ ଆଉ ମୁଁ


ପଉଷ ରାତି ର କଣ୍ଟକ ଶଯ୍ୟା ରେ
ତୁ ଏକ ଗୋଲାପ କ ଢି
ପ୍ରୀତି ସିକ୍ତ ମୁହିଁ କାକର ଟୋପା ଟି
ତୋ ବକ୍ଷ ରେ ଯିବି ପଡି ।
ତୁ କୃଷ୍ଣ ଚୁଡ଼ା ର ଫୁଲ ପେନ୍ଥା ଟିଏ
ମୁଁ ଚିତ୍ରିତ ପ୍ରଜାପତି
ତୁ ଅୟୁତ ଯୁଗ ର ଶ୍ବେତ କାନ୍ଥ ଏକ
ମୁଁ ରଙ୍ଗ ଭରା ପଟ୍ଟ ଛବି ।
ତୁ ଶୁନ୍ୟ ଫର୍ଦ୍ଦ ଟିଏ ନୀଳ ଲଫାପା ର
ମୁଁ ଲୋହିତ ରଙ୍ଗର ସ୍ୟା ହି
ତୁ ଭରା ଯାମିନି ର ଅସରନ୍ତି ତନ୍ଦ୍ରା
ମୁଁ ସୁନେଲି ସ୍ବପ୍ନ ର ଛାଇ ।