STORYMIRROR

Indrabadal Mohanty

Romance Tragedy Others

3  

Indrabadal Mohanty

Romance Tragedy Others

ଟୋପାଏ ସିନ୍ଦୂର

ଟୋପାଏ ସିନ୍ଦୂର

1 min
356

ଟୋପାଏ ସିନ୍ଦୂର

ଦେଇ ପାରିଲି ନାହିଁ ମଥାରେ ତୋର,


ମୋ ସିନ୍ଦୂର ସାଜିଲା ନାହିଁ

ତୋ ସିଂଥିର ଅଲିଭା ଗାର।


ଭାବିଥିଲି ଟୋପାଏ ସିନ୍ଦୂର ଦେଇ

କରିନେବି ମୁଁ ତତେ ଅତି ନିଜର,


ଆଜି କିନ୍ତୁ ବୁଝି ମୁଁ ପାରୁନି ତୁ ଟୋପାଏ ସିନ୍ଦୂର ପାଇଁ

ଆଜି ଖୋଜୁଛୁ ହେବାକୁ ଆଉ କାହାର।


ହେ ପ୍ରିୟା ମୋର

କେମିତି ବୁଝାଇବି ସେ ନୁହେଁ ଖାଲି ଟୋପାଏ ସିନ୍ଦୂର,


ସେ ସିନ୍ଦୂର

ଏକ ପ୍ରେମପୂର୍ଣ୍ଣ ପ୍ରତୀକ ଅଟେ ମୋ ହୃଦୟର।


ବିନ୍ଦୁଏ ସିନ୍ଦୁର ନୁହେଁ ସେ

ଅଟେ ଯେ ପ୍ରୀତିଭରା ଅନୁପମା,


ସିନ୍ଦୂର ବିନ୍ଦୁଏ ମୋ ପାଇଁ ପିନ୍ଧିଥିଲେ ହୋଇଥାନ୍ତ

ମୋ ମନ ରାଇଜର ରାଜଜେମା।


ଏତିକି କହିବି ତୁ ଯେବେବି ପିନ୍ଧିବୁ

ଆଉ କାହାପାଇଁ ଟୋପାଏ ସିନ୍ଦୁର,


ସେ ସିନ୍ଦୂର ଦେଖି ମନେ ପଡି ଯିବ

ତୁ ହି ଦିନେ ଥିଲୁ ଅବୁଝା ସ୍ପନ୍ଦନ ମୋ ହୃଦୟର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance