Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Comedy Drama Action

3  

Satyanarayan Sahoo

Comedy Drama Action

ଟଙ୍କା

ଟଙ୍କା

2 mins
191



ଅତି ଲୋଭ ନୀୟ ଦ୍ରବ୍ୟ ଅଟଇ ଲୋ ଟଙ୍କା 

ଯାହା ଯୋଗୁଁ ବଢେ ଭୟ , ଆଶା ଓ ଆଶଙ୍କା ।

ସେ , କାହୁଁ ଆସଇ ପୁଣି ଯାଉ ଥାଏ କାହିଁ

ଜାଣି ନ ପାରନ୍ତି କେହି ହେଲେ ବି କଦାପି ।

ଜାଣିବା ପାଇଁ କି ଇଚ୍ଛା ନ ଥାଏ କାହାର 

ଅତି ଲୋଭ ଥାନ୍ତି ରଖି ସର୍ବେ ତା ' ଉପର ।

ବିଆଙ୍କ ଯୋଗେ ଲୋ ଏହା ହୁଅଇ ବାହାର

ସେଇ ବ୍ୟାଙ୍କ ଆକାଉଣ୍ଟ କରେ କାରବାର ।

ଅକଳନ ପରିମାଣ ଟଙ୍କା ଛପା ହୋଇ

ଟଙ୍କା ଗୋଦାମ ରେ ଯାଇ ଗଦା ସେ ହୁଅଇ ।

ଗଢ଼ା ହୁଏ ଯେଉଁ ଠାରେ ଟଙ୍କା ବିଡା ନୋଟ

ଟଙ୍କା ଶାଳ କହି ତାହା , ଆହା କି ବିରାଟ ।

ପାହାଡ ପରାଏ ଟଙ୍କା ବିଡା , ନୋଟ ଗଦା

ହଇ ରହି ଥାଏ ଜାଣ , ସେଇ ଥାନେ ସଦା ।

ତହିଁ ରୁ ନୀକିଳୀ ଯାଏ ବ୍ୟାଙ୍କ ଆକାଉଣ୍ଟ

ଜେନେରାଲ ମ୍ୟାନେଜର କରନ୍ତି କାଉଣ୍ଟ ।

ସେଠାରୁ ବାହାରି ଆସେ ଲୋକ ଙ୍କ ପାକିଟି

ମାଲେ ମାଲ ହୋନ୍ତି ଜନେ , ତାହାକୁ ସାଉଁଟି ।

ବାବାଜୀ , ଦଲାଲ , ଚୋର , ଟାଉଟର ଫିଶାଦ

ବେପାରି , ପୋଲିସି , ବେଶ୍ୟା , ଭାଣ୍ଡ ଓ ଓସ୍ତ।ଦ ।

ଭିକାରୀ , ରଙ୍କ , ଧନୀକ , କୁଜୀ ନେତା , ନେତା

ଯୁଆଡି , ଓକିଲ , ଠକ , ଆଉ , ଅଭିନେତା ।

ପୁଞ୍ଜି ପତି , ଚାକିରିଆ , ଗୁଣୀ ଓ ଗୁଣିଆ

ଟାହୁଲିଆ , ଥଟଲିଆ , ଯେତେ ଫୁଟଣିଆ ।

ଟଙ୍କିଆ ନୋଟ ଟି ଯୋଗୁଁ ହୋନ୍ତି ମାଲା ମାଲ

ନାନା ନାମ ଦ୍ୟନ୍ତି ତାକୁ , ଧନ , ମୂଲ , ମାଲ ।

ଶ୍ରମ କରି ନ ପାରିଲେ ଟଙ୍କା ଆରଜିଣ

ଜାଲ ଟଙ୍କା ତିଆରନ୍ତି ନିଜ ହାତେ ଜନ ।

କଳା ଟଙ୍କା , ଜାଲ ନୋଟ ତାହାକୁ କହନ୍ତି 

ନୁଚୁ ନୂଚୁ କରି ତାହା ଚଳାଇ ଦିଅନ୍ତି ।

କଣା ଲୋକ ଙ୍କ ପାକିଟି ଯାଏ କଳା ଟଙ୍କା

କଳ ଟଙ୍କା , ପଛେ ଲୁଚି ରହି କେତେ ଶଙ୍କା ।

ଉପୂଜାନ୍ତି ନିତି ନିତି ଅଭିନବ ବେଶ

ତା ' ହେତୁ ନୀରିହ ଲୋକ ଲଭି ଥାନ୍ତି କ୍ଳେଶ ।

ବାଟେ ଓ ବଜାରେ ଯେତେ ପଡୁ ଥାଏ ଧରା

ପୋଲିସ ପ।କିଟି ଆସି ହେଉ ଥାଏ ଚୋରା ।

ପୋଲିସ ବ।ଲା ଏ ତାହା ଦିଅନ୍ତି ଚପାଇ

ଖବର କାଗଜ ବାଲା ଦିଅନ୍ତି ଛପାଇ ।

ଯେତେ ସବୁ ଅଘଟଣ ଘଟି ତାହା ହେତୁ

ବାୟା , ହୋନ୍ତି ପରିଶ୍ରମୀ ଜନେ ତାହା ହେତୁ ।

ଟଙ୍କା ପଇସା ହିସାବ କରିବା ପାଇଁ କି

ଜଗତ ଯାକ ର ଜନେ ଧନ୍ଦୀ ହେଉ ଛନ୍ତି ।



Rate this content
Log in

Similar oriya poem from Comedy