STORYMIRROR

Papu parida

Drama Inspirational Others

4  

Papu parida

Drama Inspirational Others

ଟଙ୍କା

ଟଙ୍କା

1 min
271

ଶରୀର ତାହାର ତୁଚ୍ଛ କାଗଜର

ଭାରି ଅମୂଲ୍ୟ ତା ମୂଲ

ନଚାଏ ସଭିଙ୍କୁ ନିଜ ତାଳେ ତାଳେ

କାଠ ପୁତଳିକା ତୁଲ୍ୟ।


ଅସୁବିଧା ସବୁ କରଇ ସୁବିଧା

ସବୁ ଅଭାବକୁ ଦୂର

ସବୁ ଭୟକୁ ସେ ପାରିବ ଦୁରେଇ

ସବୁ ବାଧା ହେବ ପାର।


ଟଙ୍କାର ଅଭାବ ଭାରି କଷ୍ଟଦାୟୀ

ଜୀବନେ ଭରଇ କଷ୍ଟ

ଟଙ୍କାର ବାହୁଲ୍ୟ ଅତି କ୍ଷତିକାରୀ

ସନ୍ତୋଷକୁ କରେ ନଷ୍ଟ।


ବଦଳିଛି ଆଜି ଟଙ୍କାର ମହତ୍ତ୍ୱ

ଏ ଟଙ୍କାର ପରିଚୟ

ସବୁ ଅନର୍ଥର ମୂଳ ସାଜି ସିଏ

ଖେଳାଏ କୋକୁଆ ଭୟ।


ସମ୍ମାନ ସୌହାର୍ଦ୍ଦ୍ୟ ସମ୍ପର୍କ ପ୍ରତିଷ୍ଠା

ଟଙ୍କା ସବୁ ପାରେ କିଣି

ଟଙ୍କା ଥିଲେ ପାଶେ ମୁରୁଖ ରାଜା ବି

ପାରେ ଜଗତକୁ ଜିଣି।


ଜାବୁଡି ଧରିବା ନୁହଁଇ ସହଜ

ବାଲିକଣା ସମ ସିଏ

ଉନ୍ମୁକ୍ତ ବିହଙ୍ଗ ପରି ଆକାଶରେ

ଏ ପାଖେ ତା ପାଖେ ଧାଏଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama