STORYMIRROR

Priyaranjan Biswal

Abstract Others Children

4  

Priyaranjan Biswal

Abstract Others Children

ଟିଉସନ୍ ମାଷ୍ଟର

ଟିଉସନ୍ ମାଷ୍ଟର

1 min
200


ସର୍ବଦା ବୁଲି କରୁଥାଏ ମୁଁ 

ଶିକ୍ଷାର ପ୍ରଚାର ପ୍ରସାର।

ମୋ ବିନା ଆନ ଗତି ଯେ ନାହିଁ

ଆଜି କାଲିକା ପିଲାଙ୍କର।

ରାତି ପାହିଲେ କଲମ ଧରି 

ବୁଲେ ମୁଁ ଦୁଆର ଦୁଆର।

ମୁଁ ପରା ଅଟେ ଜଣେ ଟିଉସନ ମାଷ୍ଟର।।


ସମୟ ସ୍ରୋତରେ ବଦଳି ଯାଇଛି 

ଟିଉସନର ରୂପରେଖ।

ଗୃପ୍ ପଢା ଏବେ ଇତିହାସ

ନୂଆ ପରମ୍ପରା କୁ ଦେଖ।

ଗୃପରେ ବୁଡେ ପାଉଣା ମୋର

ସିଙ୍ଗିଲରେ ମିଳେ ପ୍ରଚୁର।

ମୁଁ ପରା ଅଟେ ଜଣେ ଟିଉସନ୍ ମାଷ୍ଟର।।


ପେଟ ପାଇଁ ମୋର ସବୁ ନାଟ

ପିଲାଙ୍କୁ ପଢାଏ ମୁଁ ପାଠ।

ତିରିଶି ଘଣ୍ଟା ପରିଶ୍ରମର

ମିଳେ ଟଙ୍କା ଦୁଇ ହଜାର।

ତିରିଶ ମିନିଟ୍ ପରେ ନଥାଏ

ପ୍ଯାକେଟ୍ ହୁଏ ଫାଙ୍କା ମୋର।

ମୁଁ ପରା ଅଟେ ଜଣେ ଟିଉସନ୍ ମାଷ୍ଟର।।


ପିଲେ ଘରେ ପଢିବେନି ପାଠ

ଖରାପ ହୋଇଲେ ରେଜଟ।

ଅବିଭାବକଙ୍କ ଶବ୍ଦ ଚୋଟ

ଶୁଣି ମତେ ହୁଅଇ କଷ୍ଟ।

ନାହିଁ ମୋର ସୁପର ପାୱାର

ଛୁଇଁ ଗଢିବି କ୍ଯାରିଅର୍।

ମୁଁ ପରା ଅଟେ ଜଣେ ଟିଉସନ୍ ମାଷ୍ଟର।।


ଘଣ୍ଟାଏ ପିଲା ରହେ ମୋ ଠାରେ

ବାକି ତେଇଶି ଘଣ୍ଟା ଘରେ।

ତଥାବି ତାର ସବୁ ଦାୟୀତ୍ୱ

ନିହିତ‌ ଥାଏ ମୋରି ଠାରେ।

ମୁଁ ଚିନ୍ତେ ମଙ୍ଗଳ ପିଲାଙ୍କର

ମାସନ୍ତେ ଟଙ୍କା ଦରକାର।

ମୁଁ ପରେ ଅଟେ ଜଣେ ଟିଉସନ ମାଷ୍ଟର।।


ପାଠରେ ପିଲେ ରଖନ୍ତି ଲୟ

ମନରେ ତାଙ୍କ ମତେ ଭୟ।

ଦେଖିଲେ ମତେ ଥରେ ହୃଦୟ

ଯେହ୍ନେ ଖାଦ୍ଯ ଖାଦକ ପ୍ରାୟ।

ମାନନ୍ତି ପିଲେ କଥାଟି ମୋର

ସତେ ଅବା ବେଦର ଗାର।

ମୁଁ ପରା ଅଟେ ଜଣେଟିଉସନ୍ ମାଷ୍ଟର।।


ମୁଁ ନୁହେଁ ସରସ୍ୱତୀ - ଗଣେଷ

ନୁହେଁ ପଣ୍ଡିତ‌ ବେଦବ୍ଯାସ।

ସବୁ କ୍ଷେତ୍ରରେ ନୁହେଁ ମୁଁ ବିଜ୍ଞ

ଏହା ଥରେ ଭାବ ହେ ଅଜ୍ଞ।

ପ୍ରତି କଥାରେ ଥଟ୍ଟାର ପାତ୍ର

ମଣିଷ ମୁଁ ନୁହେଁ ଇଶ୍ୱର।

ମୁଁ ପରା ଜଣେ ଟିଉସନ୍ ମାଷ୍ଟର।।


ମନରେ ମୋର ଅନେକ ଦୁଃଖ

ତଥାବି ମୁଁହଁ ହସ ହସ।

ଚିନ୍ତାକୁ ସବୁ ମନରେ ଚାପି

ଶିକ୍ଷା ପାଇଁ କରେ ପ୍ରୟାସ।

ପରିହାସକୁ କରି ନିଜର

ଶିକ୍ଷାର୍ଥେ ମୋ ବହେ ରୁଧୀର।

ମୁଁ ପରା ଅଟେ ଜଣେ ଟିଉସନ୍ ମାଷ୍ଟର।।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract