STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଟିକିଏ ବତେଇ ଦିଅ

ଟିକିଏ ବତେଇ ଦିଅ

1 min
214

ଭବ ସାଗରରେ ଭାସୁଛି ପ୍ରଭୁ ହେ

 ଅବିରତ ବହେ ଲୁହ,

କାନ୍ଦି କାନ୍ଦି ଶୁଖେ ନୟନୁ ଲୋତକ

ହୁଏ ଆଜି ତ ଅସହ୍ୟ,

କୁହ ଆହେ ଦୟାମୟ

ଜନମ ଦୁଃଖି ନା କରମ ଦୁଃଖି ମୁଁ

 ଟିକିଏ ବତେଇ ଦିଅ।


ମିଛ ଅପବାଦ ମିଛ ନିନ୍ଦା ଶୁଣି

ବେଦନା ବଢି ଚାଲଇ,

ଶ୍ରାବଣ ବର୍ଷାରେ ଭିଜେ କେ ବାହାରେ

ମୁଁ ଥଳକୂଳ ପାଉନାହିଁ,

ଆହେ ଜଗତ ଗୋସାଇଁ

ମୋତେ ଦେଇ ଦୁଃଖ ପାଉଛ କି ସୁଖ

 ଅନ୍ତର୍ଗତେ ଦିଅ କହି।


ଶ୍ରୀଫଳ ନେଉଛ ପ୍ରସାଦ ଦେଉଛ

କରୁଣା ବର୍ଷି ଦେଉଛ,

ଶାପମୁକ୍ତ ପୁଣି ସୁନ୍ଦରୀ ରୂପେ କେ

 କୃତ୍ୟକୃତ୍ୟ କରୁଛ,

ନୀରବ କିମ୍ପା ରହୁଛ

କରୁଣାରୁ ଉଣା କରି କୃପାନିଧି

ବଡ଼ ନେତ ଉଡାଉଛ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational