ଟିକି ଚଢେଇ
ଟିକି ଚଢେଇ
1 min
438
ଟିକି ଚଢେଇଟି ଗାଉଛି ବସି,
ଶୀତୁଆ ସକାଳେ ହୋଇଣ ଖୁସି।
କଅଁଳ କିରଣ ପରଶ ବାଜି,
ମନରେ ଉଲ୍ଲାସ ଭରିଛି ଆଜି।
ଅନ୍ୟ ପକ୍ଷୀ ସାଥେ ଦୂରକୁ ଯିବ,
ଖାଦ୍ୟ ଅନ୍ବେଷଣ କରି ଫେରିବ।
ମାଆ ଉପରେ ନରହି ନିର୍ଭର,
ସଂଗ୍ରହ କରିବ ନିଜ ଆହାର ।
ଟିକି ଡେଣା ପରେ ଅଛି ଭରସା,
ସ୍ବାବଲମ୍ବୀ ହେବ କରଇ ଆଶା।
ଛୋଟ ବୋଲି ମନେ ନଥାଏ ଦୁଃଖ,
ମନରେ ସାହସ ଉଡଇ ଦେଖ।