STORYMIRROR

Santanu Bisoi

Abstract

2  

Santanu Bisoi

Abstract

ଠକ ଠାକୁର।

ଠକ ଠାକୁର।

1 min
553

ଅଗ୍ନିରେ ପରୀକ୍ଷା ସୀତେ ବନବାସ

ପାତାଳ ଗାମିନି କଲ,

କେଉଁ ମର୍ଯ୍ୟାଦାକୁ ଟେକି ରଖିଥିଲ

ପୁରୁଷ ଉତ୍ତମ ହେଲ


ଷୋଳଶସ୍ର ଗୋପି ବସ୍ତ୍ରକୁ ହରିଲ

ବାରିଲ ଦ୍ରୌପଦୀ ଲଜ୍ଜା,

ଶହେଜଣ ମାରି ପାଞ୍ଚ ଜଣେ ତାରି

କଲ ହସ୍ତିନାରେ ରାଜା


କଳଙ୍କର ଟୀକା ରାଧା ପିନ୍ଧିଥିଲା

ସାକ୍ଷୀ ସେ ଯମୁନା ଘାଟ

ଗୋପ ଗୁଆଳୁଣୀ ଗୋରସ ଗୋଗୋଷ୍ଠ 

ସଭିଏଁ ତ ଛଟପଟ


ଭଣଜା ହେଇକି କଂସକୁ ମାରିଛ

ତୁଟାଇ ମଥୁରା ଶିରୀ

ମାମୁଁ ହୋଇ ତୁମ ଅଭି ଭଣଜାକୁ

ମାରିଛ ହେ କୂଟଚକ୍ରି


ମିଛ ବଡ଼ପଣ ବହିଛ ଆପଣ

ଠକି ଭଣ୍ଡି ଭକତଙ୍କୁ

କଳଙ୍କ କାଳିମା କାଳିଆ ଠାକୁର

କାଢି ଦିଅ ଉନ୍ମନାକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract