STORYMIRROR

subrat kumar jena

Abstract

2  

subrat kumar jena

Abstract

ଠିକଣା

ଠିକଣା

1 min
184

କେମିତି ପଚାରିଥାନ୍ତି ତୁମକୁ

ତୁମେତ ଚଲା ମେଘ,

ଏବେ ଏଠି ତ,

ଆଉ ଘଡିକରେ କୋଉଠି

କେମିତି ବା ପଚାରିଥାନ୍ତି ତୁମକୁ,

ଆଉ ତୁମେବା କଣ କହିଥାନ୍ତ ଯେ ମୋତେ

ମୁଁ ଜାଣେ ପ୍ରଜାପତିକୁ,

ତାର ଠିକଣା ପଚାରିବାଟା ହୁଏତ ବୋକାମୀ,

ଖାଲି ମୁଁ କଣ,ସମସ୍ତେତ ଜାଣନ୍ତି,

ପ୍ରଜାପତିର ଧର୍ମ ଏଫୁଲରୁ ସେଫୁଲକୁ ଉଡି ବୁଲିବା,

ଆଉ ଯେ ତାର କାମ କଣବା

ତେଣିକି ଯେତେ ଫୁଲ ସବୁ ତାର ମଧୁର ଦଂଶନ ସହନ୍ତୁ,

ଏମିତିରେ ମୁଁ କେମିତି ପଚାରିଥାନ୍ତି,

ସେ ଧୃଷ୍ଟ ପ୍ରଜାପତିକୁ ତାର ଠିକଣା

ଏ ଦୁନିଆରେ ଏମିତି ଅନେକ ରଙ୍ଗ ଅଛି,

ଯୋଉ ମାନଙ୍କର ନିଜସ୍ୱ ସତ୍ତା ଅଛି,

ହେଲେ ସେମାନେ ଆଦରର ବାହାରେ,

କିନ୍ତୁ ସେ ରଙ୍ଗ ଯେବେ ମିଶେ ଅନ୍ୟ ରଙ୍ଗରେ,

ଲଭିଥାଏ ଏକ ନୂତନତ୍ଵର ଠିକଣାକୁ,

ସେମିତିରେ ମୁଁ କେମିତି ପଚାରିବି ସେ ରଙ୍ଗକୁ,

ତାର ଅସଲ ପରିଚୟ ଓ ଠିକଣା

ଆଉ ଶେଷରେ "ମୁଁ ଆଉ ତୁମେ"

ଖାଲି ଯାହା କାଗଜ କଲମରେ ଅଛି ଦୃଢ଼ ଆମ ଠିକଣା,

ହେଲେ ତୁମେ ହୁଏତ ସ୍ଥାୟୀ ହୋଇପାର ,

ମାତ୍ର ମୁଁ କିନ୍ତୁ ନୁହଁ,ଆଉ ହୋଇ ବି ପାରିବିନି,

ମୁଁ ଜାଣେ ମୋର ଆରମ୍ଭ କୁ,ମୋର ଗତିକୁ,

ହେଲେ ଏଇଠି ଗୋଟେ ଅଡ଼ୁଆ ପ୍ରଶ୍ନ,

କଣ ମୋର ଠିକଣା

ନିଶ୍ଚିତ ଶେଷ ଠିକଣା ସ୍ମଶାନ,ନହେଲେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract