Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Trushna Das

Inspirational

4.8  

Trushna Das

Inspirational

ଠିକଣା

ଠିକଣା

1 min
526


ଏ ଜୀବନ, ଏ ଠିକଣା 

ଅଚି଼ହ୍ନା ମଣିଷ ଆସି ଯୋଡ଼ି ହୋଇଥାନ୍ତି ଏ ଠିକଣା 

ହୋଇଯାନ୍ତି କେହି ସବୁ ଦିନ ପାଇଁ ଆପଣା

ପୁଣି କେହି ନିଜର ସ୍ୱାର୍ଥ ହାସଲ ପରେ ହୋଇଯାଆନ୍ତି ଅଜଣା। 


ଏ ଜୀବନ, ଏ ଠିକଣା 

ଖୋଜି ଆସି ଏ ଠିକଣା 

ଦେଖାନ୍ତି ବହୁତ ସପନ ହୋଇ ଆପଣା

ପୁଣି ମନ ଭାଙ୍ଗି ଚାଲିଯାଆନ୍ତି ହୋଇ ହୋଇ ଅଜଣା ।


ଏ ଜୀବନ, ଏ ଠିକଣା 

ଅଜଣା ଯେତେବେଳେ ହୁଏ ଆପଣା 

ଲାଗେ ସତେ ମିଳିଗଲା ଜହ୍ନ ଠିକଣା 

ଲେଖିବାକୁ ନୂତନ ଜୀବନର ନୂତନ ସ୍ମୃତିର ଠିକଣା। 


ଏ ଜୀବନ, ଏ ଠିକଣା 

ଆପଣା ଯେତେବେଳେ ହୋଇଯାଆନ୍ତି ଅଜଣା 

ମନ ହୁଏ ବାଟବଣା

ଇଚ୍ଛା ହୁଏ ଖୋଜିବାକୁ ଅନ୍ୟ ଠିକଣା। 


ଏ ଜୀବନ, ଏ ଠିକଣା 

ଯେଉଁଠି ସର୍ତ୍ତରେ ଲେଖା ହୋଇ ଥାଏ ସମ୍ପର୍କର ଠିକଣା 

ତାହା କେବେ ହୋଇ ନ ଥାଏ ଜହ୍ନର ଠିକଣା 

ତାହା ବନି ଥାଏ ସମ୍ପର୍କ ବାନ୍ଧି ରଖିବାର ବାହାନା। 


ଏ ଜୀବନ, ଏ ଠିକଣା

ପ୍ରେମରେ ଲେଖା ହୋଇ ଥାଏ ଯେଉଁ ଠିକଣା 

ଲଣ୍ଠନ ପରି ଚମକୁ ଥାଏ ଠିକଣା ପ୍ରେମ ବର୍ଷାରେ ହୋଇ ଯାଆନ୍ତି ସବୁ ଅଜଣା ଆପଣା। 


ଏ ଜୀବନ, ଏ ଠିକଣା 

ଗୁରୁଜନଙ୍କ ଆଶୀର୍ବାଦରେ ମିଳିଥାଏ ଯେଉଁ ଠିକଣା 

ସେଥି ନ ଥାଏ ଅଭିନୟ, ଛଳନା, ପ୍ରତାରଣା 

ସେଥି ସମସ୍ତେ ହୋଇଥାଆନ୍ତି ଆପଣା। 


ଏ ଜୀବନ, ଏ ଠିକଣା 

ଯିଏ ନିଜ ଭିଟାମାଟିକୁ ଭୁଲି ଖୋଜି ଥାଏ ଅନ୍ୟ ଠିକଣା 

ତା ଜୀବନେ ଘଟି ଥାଏ ଅନେକ ଦୁର୍ଘଟଣା 

ଅନୁତାପ କରି ଫେରି ଥାଏ ନିଜ ଭିଟାମାଟି ଠିକଣାକୁ। 


ଏ ଜୀବନ, ଏ ଠିକଣା 

ଅନଲାଇନ ଶିକ୍ଷା ଆଣିଛି ସଫଳତାର ନୂତନ ଠିକଣା 

ଦାଦନ ଶ୍ରମିକ ହୋଇ ନ ଖୋଜି ଅନ୍ୟ ଠିକଣା 

ପାଠ ପଢି ରଚନା କର ଆଧୁନିକତା ସମାଜରେ ନିଜର ଠିକଣା। 


ଏ ଜୀବନ, ଏ ଠିକଣା 

ନ ଖୋଜି ଅନ୍ୟର କଳଙ୍କ, ରହସ୍ୟର ଠିକଣା

ଜୀବନର ନୀରବ ଝଡ ମଧ୍ୟେ ଚିହ୍ନ କିଏ ପର, କିଏ ଆପଣା 

ଚେଷ୍ଟା କର ପହଞ୍ଚିବାକୁ ନିଜ ଦାୟିତ୍ଵର ଠିକଣା। 


ଏ ଜୀବନ, ଏ ଠିକଣା 

ଜୀବନେ ନିଅ ଶେଷ ନିଷ୍ପତ୍ତି, ଲକ୍ଷ କରି ନିଜ ଠିକଣା 

କର୍ମ କରି ଚାଳ, ନ କରି ବାହାନା

ବନି ଯାଅ ଅନ୍ୟର ଲେଖା ପଛର ପ୍ରେରଣା।



Rate this content
Log in