STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Romance

2  

ପ୍ରିୟଦର୍ଶିନୀ ମହାନ୍ତି

Romance

ଠିକ ତୁମ ପରି ସାଥିଟିଏ

ଠିକ ତୁମ ପରି ସାଥିଟିଏ

1 min
392

ପୂଜା ପାଇଁ ଫୁଲଟିଏ,

ସନ୍ଧ୍ୟା ପାଇଁ ଦୀପଟିଏ,

ମୁଁ ଖୋଜୁଥିଲି ଠିକ୍ ତୁମ ପରି ସାଥିଟିଏ

 

ରାତି ପାଇଁ ଜହ୍ନଟିଏ,

ଜହ୍ନ ପାଇଁ ଜୋସ୍ନାଥାଏ

ମୁଁ ଖୋଜୁଥିଲି ଠିକ୍ ତୁମ ପରି ସାଥିଟିଏ


ଆଖି ପାଇଁ ସ୍ବପ୍ନଟିଏ,

ସ୍ବପ୍ନ ପାଇଁ ନିଦଟିଏ,

ମୁଁ ଖୋଜୁଥିଲି ଠିକ୍ ତୁମ ପରି ସାଥିଟିଏ


ମୂର୍ତ୍ତି ପାଇଁ ସ୍ତୁତିଟିଏ,

ଭକ୍ତି ପାଇଁ ଭାବଟିଏ,

ମୁଁ ଖୋଜୁଥିଲି ଠିକ୍ ତୁମ ପରି ସାଥିଟିଏ


ରାଧା ପାଇଁ କୃଷ୍ଣ ଥାଏ,

କୃଷ୍ଣ ବିନୁ ଅଧା ସିଏ,

ମୁଁ ଖୋଜୁଥିଲି ଠିକ ତୁମ ପରି ସାଥି ଟିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance