ଠିକ୍ ଅବା ଭୁଲ
ଠିକ୍ ଅବା ଭୁଲ
ବୁଝିତ ହୁଏନା ଏହି ଦୁନିଆରେ
କିଏ ଭଲ କିଏ ଭେଲ
ଲାଗିଥାଏ ମିଛ ଖାଣ୍ଟି ସତ ପରି
ଠିକ୍ କଥା ହୁଏ ଭୁଲ ।
ଚେହେରା ଦିଶଇ ଡଉଲ ଡାଉଲ
ଓଠୁ ଝରୁଥାଏ ହସ
ସୁବିଧା ଉଣ୍ଡିକି ଗଳା କାଟୁଥିବା
ଅଛନ୍ତି ମହାପୁରୁଷ ।
ମଧୁର ସମ୍ପର୍କ କ୍ଷଣକ ମଧ୍ୟରେ
ଲଗାଇ କରେ ସେ ବଶ
ମୁହଁରେ ଅମୃତ ମନରେ କପଟ
ପେଟେ ହଳାହଳ ବିଷ ।
ନୀଚ୍ଚ ମିଥ୍ୟାଚାରୀ କୁତ୍ସିତ ହୃଦୟେ
ଜଳୁଥାଏ ସ୍ୱାର୍ଥାନଳ
ତାର କ୍ରୁରପଞ୍ଝା ମଧ୍ୟରୁ ବର୍ତ୍ତିବା
ହୁଅଇ ବଡ଼ ଦୁଷ୍କର ।
ଠିକ୍ ଅବା ଭୁଲ ପରଖି ନିରେଖି
ସମୟର କଷଟୀରେ
ବିଶ୍ୱାସ କରିବା ଉଚିତ ସ°ସାରେ
ପ୍ରମାଦ ପଡେନି ଭଲେ ।
ଉତ୍ତମ ବିଚାର ପ୍ରତ୍ୟୁତ୍ପନ ମତି
ଦୂରଦର୍ଶୀ ବୁଦ୍ଧିମାନ
ହୁଅଇ ବିଜୟୀ ଜୀବନ ସ°ଗ୍ରାମେ
ଅର୍ଜେ ଯଶ କୀର୍ତ୍ତିମାନ ।
