STORYMIRROR

Amulya Kumar Nayak

Tragedy

4  

Amulya Kumar Nayak

Tragedy

ତଥାପି କବିଟିଏ

ତଥାପି କବିଟିଏ

1 min
192


ତମେ ଖୁସିହେଲ ସାହିତ୍ଯ ସଂସଦେ

   ମାନପତ୍ରଟିଏ ତା ହାତେ ଦେଇ

ଦେଖିଛ କି ଥରେ କେମିତି କାନ୍ଦୁଛି

   ପେଟର ଭୋକକୁ ସେ ଗିଳିଦେଇ ।।


ଉପଢୌକନ ପାଇଲା ସେ ସିନା

    ଉପହାସ କରେ ତା ଦରିଦ୍ରତା

ତଥାପି କହେନି ମନକଥା ଖୋଲି

    ସାକ୍ଷୀ ତା'ର ସେହି ନିରବତା ।।


ଭାବନାରେ ସିନା ଦ୍ବିତୀୟ ସ୍ରଷ୍ଟା ସେ

    ଦି'ଓଳି ପେଟକୁ ପାଏନି ଦାନା

ତଥାପି ହସି ସେ ହସାଏ ଦୁନିଆ

    ପୁରିଯାଏ ତା'ର ଥାଳିଆ ଗିନା ।।


ଆନ ଦୁଃଖ ଦେଖି କାନ୍ଦେ ଯା ପରାଣ

    ନିଜ ପେଟ ପ୍ରାଣ ଭାବେ ବା କାହିଁ

ମାଗେନାହିଁ କେବେ ଭାତ କି ତିଅଣ

    ଶବଦ ଜ୍ବାଳାରେ ସେ ବିନ୍ଧି ହୋଇ ।।


ଶୁଖିଯାଉ ପେଟ ଶୁଖିଯାଉ ପିଠି

    ନଶୁଖୁ କେବେ ତା କଲମ କାଳି

ସେହି ତା ଜୀବନ ସେହି ତା'ର ପ୍ରାଣ

   ଲହୁ ଲୁହ ପଛେ ହେଉ ସେ ବୋଳି ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy