STORYMIRROR

Pranati Mahapatra

Abstract

2  

Pranati Mahapatra

Abstract

।। ତଥାପି ଚାଲିବି।।

।। ତଥାପି ଚାଲିବି।।

1 min
13.6K


ଜୀବନର ପଥ ବଡ କଣ୍ଟକିତ

ଭାବିଲେ ହୁଏନି ବିଶ୍ୱାସ,

କେତେବେଳେ ଝଡ଼ 

ଅବା ମହାବାତ୍ୟା 

ନେଇ ହୁଏ ନାହିଁ ନିଶ୍ଵାସ ।

ତୁମେ ଥିଲ ବୋଲି ଦୃଢଚିତ୍ତେ ମୁହିଁ

ଡିଏଁ ମୁଁ ଅମଡାବାଟ,

ଦୂରେଇ ଦେଲ ଯେ ପର କରିଦେଲ

ହେଉଛି ମୁଁ ଛଟପଟ ।

ପଛକୁ ନ ଫେରି ଥକି ନ ଯାଇ ମୁଁ

ଆଗକୁ ଆଗକୁ ଯିବି ,

ମାନସ ପଟରେ ତୁମ ସ୍ମୃତି ନେଇ

ତଥାପି ମୁଁ ଚାଲୁଥିବି ।

         

ପ୍ରଣତି ମହାପାତ୍ର

 ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract