ଟେଲିଫୋନ ଓ ସ୍ମାର୍ଟଫୋନ
ଟେଲିଫୋନ ଓ ସ୍ମାର୍ଟଫୋନ
ବିଜ୍ଞାନର ଦ୍ରୁତ ବିକାଶଶୀଳର
ଅତୀତ ମୁଁ
ଏବେ ମୁଁ ପଡିରହିଛି
ବଡ଼ ବଡ଼ ଆପାଟମେଂଟରେ
ସୌକୁନି ନିମନ୍ତେ ll
ଅବଶ୍ୟ ମୁଁ ରହିଛି
ମେଡିକାଲର ଚାରି କାନ୍ଥ ଭିତରେ
ମୋର ଆବଶ୍ୟକତା ରହିଛି
କିନ୍ତୁ ଗୁରୁତ୍ୱ କମି ଯାଇଛି ll
କିଛି ବର୍ଷ ପୂର୍ବରୁ
ମୁଁ ଥିଲି ଭାବ ବିନିମୟ ର
ଉତ୍କୃଷ୍ଟ ତଥା ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ
ନାମ ମୋର ଟେଲିଫୋନ ll
ମୋର ବ୍ୟବହାର ଦେଉଥିଲା
ଲୋକମାନଙ୍କୁ ଅସୀମ ଆନନ୍ଦ
ମୋତେ ଚାହିଁ ରହୁଥିଲେ ଚାତକ ପରି
ମୋ ଉପରେ ନିର୍ଭର କରୁଥିଲା
ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ll
କେତ ସୁଖ ଦୁଃଖ ର
ମୁଖ ସାକ୍ଷୀ ମୁଁ
ଏବେ ସେ ସବୁ
ଅତୀତ ll
ଯେଉଁ ବିଜ୍ଞାନ ମୋତେ
ଜନ୍ମ ଦେଇଥିଲା
ସେ ଏବେ ଦ୍ରୁତ ଅଗ୍ରଗତି ସହ
ଜନ୍ମ ଦେଇଛି ମୋର
ନୂତନ ଆଧୁନିକ ପିଢିଙ୍କୁ
ଯାହାକୁ ଏ ଦୁନିଆଁ
ସ୍ମାର୍ଟଫୋନ ବୋଲି କହୁଛି ll
ମୁଁ ଆଧୁନିକ ପିଢିଙ୍କ
ସମସ୍ତ ପ୍ରକାର ଆବଶ୍ୟକତା
ପୂର୍ଣ୍ଣ କରିବାରେ ବିଫଳ
କିନ୍ତୁ ସ୍ମାର୍ଟଫୋନ ଏସବୁ କ୍ଷେତ୍ରରେ ପାଦେ ଆଗରେ ll
ଖାଲି ମୋର ସ୍ଥାନ କୁ ସେ
ମାଡି ବସିନି
ଘଡି ଟର୍ଚ୍ଚ କ୍ୟାଲେଣ୍ଡର ଟେଲିଭିଜନ ର
ବିକଳ୍ପ ରୂପେ ଉଭା ହେଲାଣି
ଏମିତି ଅନେକ ଜିନିଷର ଅସ୍ତିତ୍ବ ବୁଡିବାକୁ ବସିଲାଣି ll
କାରଣ ସେ ଏକୁଟିଆ କରିପାରୁଛି
ଏ ସମସ୍ତ ଉପାଦେୟ କର୍ମ
ନିରବଚ୍ଛିନ୍ନ ଭାବରେ
ସେଥିପାଇଁ ସମସ୍ତଙ୍କର ପ୍ରିୟ
ଆଶା ଓ ଭରସା ସଭିଙ୍କର ll
କିନ୍ତୁ ଘଟଣା କ୍ରମେ
କମି କମି ଯାଉଛି ଆବେଗ
ଭରସା ବିଶ୍ୱାସ ଏବେ
ମୋ ତୁଳନାରେ
କମି ଯାଇଛି ଭଲ ପାଇବା ll
ଏବେ ସେ ପାଲଟି ଯାଇଛି
ମନୁଷ୍ୟ ସମାଜର ଅବିଚ୍ଛେଦ୍ୟ ଅଙ୍ଗ
ତା ବିନା ଲାଗୁଛି ଜୀବନ ଅଧା ଅଧୁରା
ତାର ଉପସ୍ଥିତି କରିଥାଏ କାର୍ଯ୍ୟ କୁ ସରଳ ସୁନ୍ଦର
ଏବେ ତାହା ମନୁଷ୍ୟ ପାଇଁ
ବରଦାନ କହିଲେ ଅତ୍ୟୁକ୍ତି ହେବନାହିଁ
ମୁଁ ମଧ୍ୟ ବଞ୍ଚିଛି ମୋର
ଅତୀତ ସ୍ମୃତି କୁ ଚାହିଁ ll
