STORYMIRROR

Sambit Srikumar

Romance Inspirational

4  

Sambit Srikumar

Romance Inspirational

ତରୁଣ କବିର ଆଶା

ତରୁଣ କବିର ଆଶା

1 min
293


ତରୁଣ କବିର ସ୍ବପ୍ନିଳ ଆଖିରେ

ଅସୁମାରି ଅଗଣିତ ସ୍ଵପ୍ନ ଉଙ୍କିମାରେ

ସେଇ ସ୍ଵପ୍ନ ସବୁ ସବୁଜ ଚିର ସବୁଜ

ସମ୍ଭାବନା ମୟ ଶ୍ୟାମଳିମା ଭରା

ବହୁଥାଏ ତହିଁ ପ୍ରୀତି ସୁଧା ଧାରା!!

ଇଛା କରେ ଯିବା ଲାଗି ଅମରାବତୀ ପୁରେ

ଖେଳିବାକୁ ଚାହେଁ ଅସଂଖ୍ୟ ତାରା ମେଳେ

କାଉଁରୀ ସ୍ପର୍ଶରେ ମୋହି ନିଏ ସୁନ୍ଦରୀ ଅପସରୀ

ରଚେ ପ୍ରେମରାସ ମଥାରଖି ମାନସୀର କୋଳେ!!

ତରୁଣ କବିର ହୃଦୟ କନ୍ଦରେ

ଜାଗି ଉଠେ ରାଶି ରାଶି ଆଶା

ବର୍ଣ୍ଣିବାକୁ ତାହା ପାଏନି ସେ ଭାଷା

ମନ ନୁହେଁ ତାର ଗୋପନ ମଞ୍ଜୁଷା!!

ତାରୁଣ୍ୟ ନଦୀର ତୀରେ ଗଢି ଉଠେ

ଆଶାର ଛବିଳ ବର୍ଣ୍ଣିଳ ଇମାରତ

ଆକାଂକ୍ଷାର ସୌଧ ନଭଶ୍ଚୁମ୍ବୀ

ରୂପକାର ଯା'ର ତରୁଣ ସ୍ଥପତି!!

ମନପବନ ନୌକାରେ ଭାସିବୁଲେ

ତ୍ରିଲୋକର କୋଣ ଅନୁକୋଣ

ଖୋଜୁଥାଏ ସଦା ଅନାବିଳ ପ୍ରୀତି

ତୋଳିବାକୁ ଚାହେଁ ଆକାଶର ଚାନ୍ଦ

ସମର୍ପି ଦେବାକୁ ପ୍ରେୟସୀ ହସ୍ତରେ!!

ଦୁନିଆର ସମସ୍ତ ଧନ ସମ୍ପଦ ଐଶ୍ଵର୍ଯ୍ୟ

ପାଲୋଟେ ଗୌଣ ତରୁଣକବିର

ଅପରିମିତ କଳ୍ପନା ବିଳାସ ପାଶରେ

ସେହି ଏକା ଗରିୟାନ ତମାମ ବିଶ୍ୱରେ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance