STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ତରୁ ଲତା

ତରୁ ଲତା

1 min
213

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ 


ତରୁଲତାଙ୍କୁ ନ ମଣିବା ସାନ

ଜଡ଼ ନୁହେଁ ସେ ତ ଅଟଇ ଚେତନ

ତାର ଶୀତଳ ଛାୟା ପଥିକ ପାଇଁ

ହରି ନିଏ ସବୁ ଦୁଃଖ ସଭିଙ୍କୁ ଆଶ୍ରା

ଟିକିଏ ଦେଇ

ତାର ଫୁଲର ବାସ୍ନା ବିମୋହିତ କରେ ତନୁ ମନକୁ

ତାର ମଧୁର ଫଳ ଅଟଇ ଆହାର ମେଣ୍ଟାଇ ଦିଏ କ୍ଷୁଧାକୁ

ତଥାପି ଏ ମଣିଷ ନିର୍ଦ୍ଦୟ କେମିତି

ବୃକ୍ଷକୁ ଦିଅଇ କାଟି

ଯେଉଁ ବୃକ୍ଷ କରଇ ସଭିଙ୍କୁ ପ୍ରୀତି

ସେଇ ବୃକ୍ଷ ବିନା ନଷ୍ଟ ହୁଅଇ ମାଟି

ବୃକ୍ଷ ଅଟଇ ସିନା ପ୍ରକୃତିର ସମ୍ପଦ

ଏଇ ବୃକ୍ଷ ବିନା ତିଷ୍ଠି ରହି କି ପାରିବ

ଜୀବ ଜଗତ

ତରୁ ଲତା ଏଇ ସମାଜ ପାଇଁ ଉତ୍ସର୍ଗିତ

ବଞ୍ଚାଇବା ଆମେ ବୃକ୍ଷ ଲତାଙ୍କୁ

ନିଜକୁ କରି ସମର୍ପିତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational