ତୃତୀୟ ବିଶ୍ୱ ଯୁଦ୍ଧ
ତୃତୀୟ ବିଶ୍ୱ ଯୁଦ୍ଧ
ରୋଦସୀ ବକ୍ଷରେ ବିଶ୍ୱ ଯୁଦ୍ଧ ତିନି କରୋନା ପ୍ରଥମ ପକ୍ଷ । ବିଶ୍ୱ ସମୁଦାୟେ ଦେଶର ଜନତା ଲଢ଼େଇରେ ପ୍ରତିପକ୍ଷ ।୧। ଦେଶ ଦେଶ ମଧ୍ୟେ ଶତ୍ରୁତାର ଭାବ ଦେଖାଇ ନିଜର ଶକ୍ତି । କେତେ ଅଣୁ ଅସ୍ତ୍ର ପୁଣି କ୍ଷେପଣାସ୍ତ୍ର ବଢୁଥିଲା ଯୁଦ୍ଧ ତାତି ।୨। ଜଳ ସ୍ଥଳ ସଂଗେ ଆକାଶ ବାହିନୀ ପ୍ରସ୍ତୁତି ପର୍ବରେ ମାତି । ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେଇ ଚାଲିଥିଲା ହୀନ ନୀତି ।୩। କାହିଁ ଗଲା ଅସ୍ତ୍ର କାହିଁ ଗଲା ଶସ୍ତ୍ର ବିଜ୍ଞାନର କରାମତି । ସାମାନ୍ୟ କରୋନା ଏକାକୀ ଲଢ଼ୁଛି ବଢୁଛି ଆତଙ୍କ ତାତି ।୪। ଭେଷଜ ବିଜ୍ଞାନ ପରାହତ ଆଜି ମାତିଛି ଭୂତାଣୁ ଭୂତ । ହତ କରିବାକୁ ହାତ ପାଉ ନାହିଁ ବିଶ୍ୱବାସୀ ସ୍ତମ୍ଭିଭୁତ ।୫। ସାରା ବିଶ୍ୱ ଆଜି ସ୍ତବ୍ଧ ଓ ଚକିତ ଅସହାୟ ନିଃସହାୟ । ପ୍ରକୃତିର ଅସ୍ତ୍ର କରୋନା ଭୟରେ ସ୍ଥାଣୁ ବିଶ୍ୱ ସମୁଦାୟ ।୬। ଚାଇନା ଦେଶର ଉହାନ ସହରେ ଫୁଟିଲା ଭୂତାଣୁ ବୋମା । କାୟା ବିସ୍ତାରିଲା ସମଗ୍ର ବିଶ୍ୱରେ ଅତିକ୍ରମ କରି ସୀମା ।୭। ବହୁ ଶକ୍ତିଶାଳୀ ବାହୁବଳୀ ଦେଶେ ମହାମାରୀ ରୂପ ନେଇ । ଅଦୃଶ୍ୟ ରୂପରେ ଆକ୍ରମଣ କରି ମାନବକୁ ଯାଏ ଖାଇ ।୮। ଅସ୍ତ୍ର ଶସ୍ତ୍ର ଶକ୍ତି ବିଜ୍ଞାନ ଉନ୍ନତି ନିଜ ଅହଙ୍କାର ଗର୍ବ । ପ୍ରକୃତିର ରୋଷ କରେ ଧୂଳିସାତ ଗର୍ବ ହୁଏ ଏବେ ଖର୍ବ ।୯। ଚିନ ଆମେରିକା ଇଟାଲୀ ଜର୍ମାନୀ ଅଷ୍ଟ୍ରିଆ ବ୍ରିଟେନ୍ ସ୍ଘେନ୍ । ଫ୍ରାଆନ୍ସ ସ୍ୱିଜରଲାଣ୍ଡ ବେଲଜିୟମ ନେଦରଲ୍ୟାଣ୍ଡ ଇରାନ୍ ।୧୦। ଦକ୍ଷିଣ କୋରିଆ ପର୍ତ୍ତୁଗାଲ ତୁର୍କୀ ଭାରତ ନରୱେ ପାକ୍ । ଅଷ୍ଟ୍ରେଲିଆ କାନାଡ଼ା ଉଭୟ କୋରିଆ ସବୁ ଦେଶ ହତବାକ୍ ।୧୧। ଅଛି ଆଉ ବାକି ଯେତେ ଦେଶ ବିଶ୍ୱେ ଗଣନ୍ତି ପ୍ରମାଦ ବସି । କୋରନା ରାକ୍ଷସ ଆସୁଅଛି ମାଡି କବଳରେ ଯିବେ ଫସି ।୧୨। ବିଶ୍ୱ ସଂକଟରେ ସର୍ବେ ଚିନ୍ତାଗ୍ରସ୍ଥ ଗର୍ବ ଅହଙ୍କାର ଚୂର୍ଣ୍ଣ । ଇର୍ଷା ହିଂସା ଦ୍ୱେଷ ଦୁର୍ନୀତି ଶୋଷଣ ସବୁ କିଛି ମୂଲ୍ୟହୀନ ।୧୩। ଜାତି ଧର୍ମ ବର୍ଣ୍ଣ ଧନୀ ଓ ଦରିଦ୍ର ସର୍ବେ ଏବେ ଏକାକାର । ହୃଦୟକୁ ଘାରେ ଏକମାତ୍ର ଚିନ୍ତା ମହାମାରୀ ହେଉ ଦୂର ।୧୪। ଏହି ମହାମାରୀ ସୂଚନା ଦେଉଛି ସମଗ୍ର ବିଶ୍ୱକୁ ଏବେ । ଛାଡ ହିଂସା ବାଦ ଶତୃ ମନୋଭାବ ବଞ୍ଚିବାକୁ ଚାହଁ ଯେବେ ।୧୫। ଜୀବଜଗତରେ କାହା ଅଧିକାର କର ନାହିଁ କେବେ କ୍ଷୁର୍ଣ୍ଣ । ପ୍ରକୃତିକୁ ଛାଡି ସୃଷ୍ଟି ଅସମ୍ଭବ କର୍ମେ ଆଚାରିବା ଧର୍ମ ।୧୬। ପରିବେଶ ଆମ ବଞ୍ଚିବା ଆଧାର ସୁସ୍ଥରେ ରହିବା ସ୍ଥାନ । ସ୍ଵଛ ପରିବେଶ ସବୁଜ ଧରଣୀ ସୃଷ୍ଟି ପାଇଁ ଦେବା ଧ୍ୟାନ ।୧୭। ଜଳ ସ୍ଥଳ ବାୟୁ ହେଲେ ପ୍ରଦୂଷଣ ବିଶ୍ୱ ତାପମାତ୍ରା ବୃଦ୍ଧି । ମେରୁ ହିମପିଣ୍ଡ ପାଣି ହୋଇଯିବ ହଜିଯିବ ସବୁ ବୁଦ୍ଧି ।୧୮। ଆଗାମୀ ସୂଚନା ଦେଉଛି କୋରନା ସଚେତନ ସର୍ବେ ହୁଅ । ସର୍ବ ଶ୍ରେଷ୍ଠ ଜାତି ଜୀବଜଗତରେ ପରିଚୟ ତୁମ ଦିଅ ।୧୯। ଆମେ ପଶୁପକ୍ଷୀ ଜୀବାଣୁ ଭୁତାଣୁ ଜୀବଜଗତର ଅଂଶ । ପ୍ରଭୁତ୍ୱ ବିସ୍ତାରି ହୁକୁମ ଜାରୀରେ ନାଶ ନାହିଁ ଆମ ବଂଶ ।୨୦। ନିଜ ସ୍ଥାନେ ନିଜେ ଶାନ୍ତିରେ ବଞ୍ଚିବା ହସିବ ଧରଣୀ ମାଆ । ପ୍ରଭୁ ଦୟାମୟ ସୃଷ୍ଟି କର୍ତ୍ତା ଆମ ସମସ୍ତଙ୍କୁ ହେବେ ସାହା ।୨୧।
