ତୃଷାର ତୃଷା
ତୃଷାର ତୃଷା
ଚାରିଅ।ଡେ ଅଗ୍ନି ବର୍ଷା
ଡ଼ହଡ଼ହ ଖରାକୁ ପାଣି ପାଇଁ
ଡହଳ ବିକଳ ଜୀବନ !!
କିଏ ବୁଝେ ତୃଷାର୍ତ୍ତ ମାଟିର ଦୁଃଖ ?
ଅ।କାଶକୁ ଆଁ କରି ଚାହିଥାଏ।
ଶୁଖିଲା ଜଳଉତ୍ସ
ପତ୍ରଝଡା ଗଛବୃଚ୍ଛ,
ଛଟପଟ ଅସହାୟ ପଶୁପକ୍ଷୀ।
ଶୋଷରେ ଉଡିଯାଏ ହଂସା
ଅ।କାଶରୁ ଖସିପଡନ୍ତି ପ୍ରାଣହୀନ
ଉଡନ୍ତା ଚଢେଇ।
ଜଳ ବିହୁନେ ସୃଷ୍ଟିନାଶ
ପଢାଯାଏ ସାହିତ୍ୟ ବହିରେ।
କେହି କିଛି ଶିଖନ୍ତିନି।
ବୁନ୍ଦା ବୁନ୍ଦା ଜଳରେ କେମିତି ଝଲସୁଥାଏ
ଜୀବନ ! କେହି ଦେଖନ୍ତିନି,
ଜୀବନ ବଞ୍ଚାଇବାକୁ କୁନି ଚଢେଇଟି
ଟ୍ୟାପରୁ ଝରୁଥିବା ପାଣି ବୁନ୍ଦା
ପିଇବାକୁ କିଭଳି କିକଳ ହୁଏ
ନିର୍ଧୂମ ଖରାବେଳେ।
କିଏ କେଉଁଠି ରଖି ଦିଏନା ପାଣିପାତ୍ର
ଗଛଡାଳରେ କି ମାଟି ଉପରେ।
ଏମିତି ଛୋଟ ଏକ ଗାଁ
ଚଢେଇଙ୍କ କଥା ବୁଝୁଥିବା
ମଣିଷର ଅ।ତ୍ମା କାନ୍ଦେ।
ମାଇଲ ମାଇଲ ବ୍ୟାପୀ ରାସ୍ତାକଡ
ବର, ଅଶ୍ବସ୍ତ ଗଛ ଡାଳରେ
ସୁତୁଲିରେ ବନ୍ଧା ଶାଳପତ୍ର ଠୋଲା
ଅ।ଖିରେ ପଡେ। ଜଣେ ଉଦ୍ୟାନ ସାଥୀ
କୁନି ଝିଅ ସହ ସବୁଦିନ ଅ।ସି
ରଖିଯାଅ।ନ୍ତି ପାଣି ଓ ଦାନା।
ଖରାବେଳେ ଘୁମନ୍ତ ଚଢେଇମାନେ
ଅ।ସି ପାଣି ପିଇ ଉଡିଯାଅ।ନ୍ତି।
କେହି କିଛି ପଚାରନ୍ତିନି , କେଉଁଠୁ
ଅ।ସେ ଚଢେଇଙ୍କ ଦାନାପାଣି।
କେହି ବି ଚିହ୍ନି ଚିହ୍ନନ୍ତିନି
ସ୍ନେହର ଦରଦ, ମଣିଷ ପଣିଅ।।
ମାଟିର ନୂଅ। ଇତିହାସ ଲେଖୁଥିବା
ସାଧାରଣ ମଣିଷଟିର କଥା !!
ନା ସେ କରେ ପ୍ରଚାର , ନା ସାହାଯ୍ୟ
ଲାଗି କାହାକୁ ହାତ ପତାଏ।
ମାଟିର ସନ୍ତାନ, ଶୋଷିଲା ମାଟି ମା'ର
ଜୀବନ ଓ ମୂକ ପଶୁପକ୍ଷୀଙ୍କ ବ୍ୟଥା ବୁଝେ।
ଏମିତି ଗାଁ ଅଛି, ମଣିଷଙ୍କ ଜୀବନ
ଜଳେ ଭୋକ ଓ ଶୋଷରେ
ନିଦାରୁଣ ସମୟ , ଖରା ନାଚୁଥାଏ
କିଏ ପଚାରେ ଜଡା ପଶୁପକ୍ଷୀଙ୍କୁ ?
ପ୍ରାର୍ଥିବ ଅ।ଶା ବି ମଣିଷକୁ ଅ।ଉଟେ
ଅପ୍ରାପ୍ତି ଶୋଷରେ ! କି ଖରା, କି ଶୀତ
ଏମିତିକି ବର୍ଷାଦିନେ ! ପ୍ରକୃତି
କୋଳରେ ଜୀଉଥିବା ଚଢେଇଙ୍କ
ଗୀତ କିଏ ଶୁଣେ ନା ବୁଝେ ?
ତୃଷାର ତୃଷା ହୋଇ ରହେ
ପ୍ରକୃତି ମା'ର ଅସହଣୀ ଦୁଃଖ !!
ନା ସେ ଦେଇପାରେ ସୁରକ୍ଷା ସନ୍ତାନକୁ
ନା କହିପାରେ ଅବୁଝା ମଣିଷକୁ
ତା' ଜୀବନର କଥା ଓ ବ୍ୟଥା।
ପରିବର୍ତ୍ତିତ ସମୟ, ଅଦୃଶ୍ୟ ଭୂତାଣୁ
ଓ ବିଷବାଷ୍ପର ଜ୍ବାଳା କିଭଳି ଖିନଭିନ
କରିଛି ତା' ଦେହ ଓ ଅ।ତ୍ମା !
ସେ ଅ।ଜି କେତେ ତୃଷାର୍ତ୍ତ,
ଖାଲି ଶୋଷ ଅ।ଉ ଶୋଷ !
*******