STORYMIRROR

Upendra prasad Mahala

Inspirational

4  

Upendra prasad Mahala

Inspirational

ତୃଷାର ତୃଷା

ତୃଷାର ତୃଷା

1 min
269



ଚାରିଅ।ଡେ ଅଗ୍ନି ବର୍ଷା
ଡ଼ହଡ଼ହ ଖରାକୁ ପାଣି ପାଇଁ
ଡହଳ ବିକଳ ଜୀବନ !!
କିଏ ବୁଝେ ତୃଷାର୍ତ୍ତ ମାଟିର ଦୁଃଖ ?
ଅ।କାଶକୁ ଆଁ କରି ଚାହିଥାଏ।
ଶୁଖିଲା ଜଳଉତ୍ସ 
ପତ୍ରଝଡା ଗଛବୃଚ୍ଛ,
ଛଟପଟ ଅସହାୟ ପଶୁପକ୍ଷୀ । 
ଶୋଷରେ ଉଡିଯାଏ ହଂସା
ଅ।କାଶରୁ ଖସିପଡନ୍ତି ପ୍ରାଣହୀନ
ଉଡନ୍ତା ଚଢେଇ । 

ଜଳ ବିହୁନେ ସୃଷ୍ଟିନାଶ
ପଢାଯାଏ ସାହିତ୍ୟ ବହିରେ ।
କେହି କିଛି ଶିଖନ୍ତିନି।
ବୁନ୍ଦା ବୁନ୍ଦା ଜଳରେ କେମିତି ଝଲସୁଥାଏ
ଜୀବନ ! କେହି ଦେଖନ୍ତିନି,
ଜୀବନ ବଞ୍ଚାଇବାକୁ କୁନି ଚଢେଇଟି 
ଟ୍ୟାପରୁ ଝରୁଥିବା ପାଣି ବୁନ୍ଦା
ପିଇବାକୁ କିଭଳି କିକଳ ହୁଏ
ନିର୍ଧୂମ ଖରାବେଳେ।

କିଏ କେଉଁଠି ରଖି ଦିଏନା ପାଣିପାତ୍ର 
ଗଛଡାଳରେ କି ମାଟି ଉପରେ ।

ଏମିତି ଛୋଟ ଏକ ଗାଁ 
ଚଢେଇଙ୍କ କଥା ବୁଝୁଥିବା
ମଣିଷର ଅ।ତ୍ମା କାନ୍ଦେ ।
ମାଇଲ ମାଇଲ ବ୍ୟାପୀ ରାସ୍ତାକଡ
ବର, ଅଶ୍ବସ୍ତ ଗଛ ଡାଳରେ 
ସୁତୁଲିରେ ବନ୍ଧା ଶାଳପତ୍ର ଠୋଲା 
ଅ।ଖିରେ ପଡେ। ଜଣେ ଉଦ୍ୟାନ ସାଥୀ 
କୁନି ଝିଅ ସହ ସବୁଦିନ
ରଖିଯାଅ।ନ୍ତି ପାଣି ଓ ଦାନା ।
ଖରାବେଳେ ଘୁମନ୍ତ ଚଢେଇମାନେ 
ଅ।ସି ପାଣି ପିଇ ଉଡିଯାଅ।ନ୍ତି ।
 
କେହି କିଛି ପଚାରନ୍ତିନି କେଉଁଠୁ 
ଅ।ସେ ଚଢେଇଙ୍କ ଦାନାପାଣି ।
କେହି ବି ଚିହ୍ନି ଚିହ୍ନନ୍ତିନି
ସ୍ନେହର ଦରଦ, ମଣିଷ ପଣିଅ। । 
ମାଟିର ନୂଅ। ଇତିହାସ ଲେଖୁଥିବା 
ସାଧାରଣ ମଣିଷଟିର କଥା !!

ଏମିତି ଗାଁ ଅଛି, ମଣିଷଙ୍କ ଜୀବନ
ଜଳେ ଭୋକ ଓ ଶୋଷରେ
ନିଦାରୁଣ ସମୟ , ଖରା ନାଚୁଥାଏ
କିଏ ପଚାରେ ଜଡା ପଶୁପକ୍ଷୀଙ୍କୁ ??
ପ୍ରାର୍ଥିବ ଅ।ଶା ବି ମଣିଷକୁ ଅ।ଉଟେ
ଅପ୍ରାପ୍ତି ଶୋଷରେ ! କି ଖରା, କି ଶୀତ
ଏମିତିକି ବର୍ଷାଦିନେ ! ପ୍ରକୃତି
କୋଳରେ ଜୀଉଥିବା ଚଢେଇଙ୍କ
ଗୀତ କିଏ ଶୁଣେ ନା  ବୁଝେ ??
ତୃଷାର ତୃଷା ହୋଇ ରହେ 
ପ୍ରକୃତି ମା'ର ଅସହଣୀ ଦୁଃଖ !!
ନା ସେ ଦେଇପାରୁଛି ସୁରକ୍ଷା ନିଜ ସନ୍ତାନକୁ
ନା କହି କହିପାରୁଛି କାହାପାଇଁ
ଛାର ଅଦୃଶ୍ୟ ଭୂତାଣୁ ଖିନଭିନ କରୁଛି  
ତା'' ଦେହ ଓ ଜୀବନର କଥା
ଅବୁଝା ମଣିଷକୁ ।।

*******
( ଇଭେଣ୍ଟ ରିପୋଟିଂ: ଦେବେନ୍ଦ୍ର, ଭଣ୍ଡାରୀପୋଖରୀ, ଭଦ୍ରକ)

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational