STORYMIRROR

Sunanda Mohanty

Thriller

3  

Sunanda Mohanty

Thriller

ତୃଷା ଓ ତୃଷ୍ଣା

ତୃଷା ଓ ତୃଷ୍ଣା

1 min
127


ତୃଷା ଓ ତୃଷ୍ଣା ମିଶାଇ ଗଢିଛି ମୁଁ ଜତୁଗୃହ

ସେହି ଜତୁଗୃହେ ଅତିଥିଟେ ହୋଇ 

 ରହିପାରିବ କି କୁହ

ତୃଷା ଓ ତୃଷ୍ଣା ସଙ୍ଗେ ପଦ୍ମମଞ୍ଜି ଖଞ୍ଜାଗୃହ

ଭଅଁର ସାଜି ଚନ୍ଦନ ସାଥୀ ଜୁଇ ଜଳିଲେ 

 ଲିଭାଇ ପାରିବ ଲୁହ

ତୃଷା ଓ ତୃଷ୍ଣା ସଙ୍ଗେ ମହୁମଖା ଜଉଘର

 ପ୍ରଜାପତି ସାଜି ଫୁଲବଗିଚା ଭିତରେ 

 ଆବଦ୍ଧ ହେବ କି କଥା ଦିଅ

ତୃଷା ଓ ତୃଷ୍ଣା ଭିନ୍ନ ନଭାବି ଏକାଠି ଗଢିଛି ଘର

ସେ ଘର ଭିତରେ ମୋ ମନ ମନ୍ଦିରେ 

 ତାଜମହଲ ଟିଏ ହେବକି କଥା ଦିଅ

ତୃଷା ଓ ତୃଷ୍ଣା କୁ ଭିନ୍ନ ଭାବି ମୁଁ 

ତିଆରିଛି ପାନ୍ଥଶାଳା ପରା ମହୁଝରା ଗୃହ

ଗୁଣୁ ଗୁଣୁ ଗୀତ ସ୍ୱର ତାଳ ଦେଇ ଗାଇ

ଭାସାମେଘ ପ୍ରାଏ ବରଷି ଯିବକି କଥା ଦିଅ

ତୃଷା ଓ ତୃଷ୍ଣା ପରିପୂରକ ସାଜି

ଗଢିଛି ମନ୍ଦିର ମୁଖଶାଳ

ତୁମେ ଚନ୍ଦନ ବନର ମହକେ ମହକି

ଭାଙ୍ଗି ପାରିବକି ଅମିମାଂସୀତ ମୋହ

ତୃଷା ଓ ତୃଷ୍ଣା ଅନୁପୁରକ ଶବ୍ଦ ଭିତରେ

ତାଳବଣ ନଇପଠା ପରାଏ ଶଙ୍ଖଗୃହ

ତୁଳସୀ ଦୟଣା ଅଗରୁ ଚନ୍ଦନ ଲାଗିବାକୁ

ଶିଳ ଅବା ଶାଳ ସାଜି ରହିବକି ଭାଙ୍ଗି ମୋହ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller