STORYMIRROR

Sunanda Mohanty

Thriller

3  

Sunanda Mohanty

Thriller

ତୃଷା ଓ ତୃଷ୍ଣା

ତୃଷା ଓ ତୃଷ୍ଣା

1 min
125


ତୃଷା ଓ ତୃଷ୍ଣା ମିଶାଇ ଗଢିଛି ମୁଁ ଜତୁଗୃହ

ସେହି ଜତୁଗୃହେ ଅତିଥିଟେ ହୋଇ 

 ରହିପାରିବ କି କୁହ

ତୃଷା ଓ ତୃଷ୍ଣା ସଙ୍ଗେ ପଦ୍ମମଞ୍ଜି ଖଞ୍ଜାଗୃହ

ଭଅଁର ସାଜି ଚନ୍ଦନ ସାଥୀ ଜୁଇ ଜଳିଲେ 

 ଲିଭାଇ ପାରିବ ଲୁହ

ତୃଷା ଓ ତୃଷ୍ଣା ସଙ୍ଗେ ମହୁମଖା ଜଉଘର

 ପ୍ରଜାପତି ସାଜି ଫୁଲବଗିଚା ଭିତରେ 

 ଆବଦ୍ଧ ହେବ କି କଥା ଦିଅ

ତୃଷା ଓ ତୃଷ୍ଣା ଭିନ୍ନ ନଭାବି ଏକାଠି ଗଢିଛି ଘର

ସେ ଘର ଭିତରେ ମୋ ମନ ମନ୍ଦିରେ 

 ତାଜମହଲ ଟିଏ ହେବକି କଥା ଦିଅ

ତୃଷା ଓ ତୃଷ୍ଣା କୁ ଭିନ୍ନ ଭାବି ମୁଁ 

ତିଆରିଛି ପାନ୍ଥଶାଳା ପରା ମହୁଝରା ଗୃହ

ଗୁଣୁ ଗୁଣୁ ଗୀତ ସ୍ୱର ତାଳ ଦେଇ ଗାଇ

ଭାସାମେଘ ପ୍ରାଏ ବରଷି ଯିବକି କଥା ଦିଅ

ତୃଷା ଓ ତୃଷ୍ଣା ପରିପୂରକ ସାଜି

ଗଢିଛି ମନ୍ଦିର ମୁଖଶାଳ

ତୁମେ ଚନ୍ଦନ ବନର ମହକେ ମହକି

ଭାଙ୍ଗି ପାରିବକି ଅମିମାଂସୀତ ମୋହ

ତୃଷା ଓ ତୃଷ୍ଣା ଅନୁପୁରକ ଶବ୍ଦ ଭିତରେ

ତାଳବଣ ନଇପଠା ପରାଏ ଶଙ୍ଖଗୃହ

ତୁଳସୀ ଦୟଣା ଅଗରୁ ଚନ୍ଦନ ଲାଗିବାକୁ

ଶିଳ ଅବା ଶାଳ ସାଜି ରହିବକି ଭାଙ୍ଗି ମୋହ



Rate this content
Log in

Similar oriya poem from Thriller