STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ତରଙ୍ଗ

ତରଙ୍ଗ

1 min
12.1K


ଜୀବନ ତରଙ୍ଗ ଦେଖାଏ ତା ରଙ୍ଗ ଢେଉ ପରେ ଢାଳି ଢେଉ

କର୍ମ ଅନୁସାରେ ଫଳ ଫଳିଥାଏ ଦେଖାଇ କେତେ ଯେ ଭାଉ।

ବୋହିଗଲା ପାଣି ସତତ ତରଙ୍ଗ ଅହରହ ପ୍ରବାହିତ

ନିରନ୍ତର ଯିଏ କର୍ମ କରୁଥାଏ ହୁଅଇ ତାହାର ହିତ।

ସମୁଦ୍ରରେ ଯାଇ ମିଶଇ ତଟିନୀ ଚିରନ୍ତନ ସ୍ରୋତସ୍ବିନୀ

ଗଭୀର ସ୍ରୋତରେ ବୁହାଇ ନିଏ ସେ ଗର୍ଭର ମଧ୍ୟକୁ ଟାଣି।

ଗଭୀର ସାଗର ନିଜର ମଧ୍ୟରେ ସ୍ରୋତକୁ ବୁହାଇ ଥାଏ

ଗଭୀର ଭାବକୁ ତରଙ୍ଗେ ବୁହାଇ କୂଳେ ମଥା ପିଟିଥାଏ।

ହ୍ରଦ ପୁଷ୍କରିଣୀ ସ୍ଥିର ଜଳରାଶି ସମତଳ ହୋଇଥାଏ

ଛୋଟିଆ ଗୋଡିଟି ତା ମଧ୍ୟେ ପଡିଲେ ଶତ ତରଙ୍ଗ ଭିଆଏ।

ପ୍ରତିଟି ତରଙ୍ଗ ଛୁଉଁଥାଏ କୂଳ ସେ କେଉଁ ବାସନା ନେଇ

ଯେପରି ଜଳରେ ପାଣିଫୋଟକାଟି ନିମିଷେ ଯାଏ ମିଳାଇ।

ମନର ମଧ୍ୟରେ ତରଙ୍ଗିତ ହୁଏ ପ୍ରତି ଦୃଶ୍ୟ, ଶ୍ରାବ୍ୟ କର୍ମ

କିଛି ସତ ହୁଏ କିଛି ହଜିଯାଏ ଏହା ହିଁ ତାର ଧରମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract