STORYMIRROR

Upendra prasad Mahala

Tragedy Inspirational

4  

Upendra prasad Mahala

Tragedy Inspirational

" ତ୍ରିଶଙ୍କୁରେ ଜୀବନ "

" ତ୍ରିଶଙ୍କୁରେ ଜୀବନ "

1 min
315


ତ୍ରିଶଙ୍କୁରେ ଜୀବନ
ନା ଆଗକୁ ଯାଇହୁଏ
ନା ପଛକୁ ଫେରିହୁଏ
ସ୍ୱର୍ଗ ଓ ପୃଥିବୀ ମଝିରେ
ଶୂନ୍ୟରେ ଝୁଲୁଥାଏ 
ମନର ଭଙ୍ଗା ଡେଣା।


ବିଳାସପୂର୍ଣ୍ଣ ହୋଟେଲରେ
ଦେହ ବିକୁଥିବା ଯୁବତୀ
ଜାଣି ପାରେନା କେମିତି
ପଣ୍ୟଦ୍ରବ୍ୟ ଭଳି ବିକ୍ରୀ 
ହୋଇଯାଏ ପ୍ରତି ରାତିରେ
ଚାହିଲେ ବି ମୁକୁଳି ପାରେନା 
ପାପ ସାମ୍ରାଜ୍ୟ ଚକ୍ରବ୍ୟୂହରୁ।
ଅନିଚ୍ଛା ସତ୍ତ୍ୱେ ଆଇନା ଧରି 
ବସେ, ପାଉଡର ବୋଳିହୁଏ
ମୁହଁରେ, ଡିଓ ସ୍ପ୍ରେ କରେ, 
ଲିପଷ୍ଟିକ ଲଗାଇ ସଜହୁଏ
ନୂଆ ଅତିଥିଙ୍କ ପିଆଲାରେ
ଭରିଦେବାକୁ ପ୍ରୀତି ସୁଧା।


ଚାହିଁଲେ ଵି ବନ୍ଦୀଗୃହରୁ
ମୁକୁଳିବାର ବାଟ ମିଳେନା
ନିଜ ଦେହକୁ କ୍ଷତାକ୍ତ
କରେ ପ୍ରତି ରାତିରେ
ନା ମରି ହୁଏ ନା ବଞ୍ଚି ହୁଏ।
ଫ୍ରିଜ ହୋଇଥିବା ଦୃଶ୍ୟ 
ଭଳି ଅଟକିଥାଏ ଜୀଵନ।
ଦେଖେ ଅନେକ ସୁକୁମାରୀଙ୍କ 
ସ୍ୱପ୍ନ ପାପ ଅ।ଖିରେ କେମିତି
ବଳି ପଡେ ନିତିଦିନ।


ଡ୍ରଗସ ଖାଇ ନିଜକୁ ଖୋଜୁଥିବା
ଯୁବକକୁ ମିଳେନି ଘରକୁ 
ଫେରିବାର ଠିକଣା । 
ଆଖିରେ ନାଚୁଥାଏ ନିଶା 
ସାମ୍ରାଜ୍ୟର ଛବି,କେଉଁଠୁ 
ମିଳିଯିବେ ନୂଆ ଗ୍ରାହକ।
ଜାଣି ପାରେନା ରାସ୍ତାକଡ
କଲର୍ଭଟ ଉପରେ ସଞ୍ଜବେଳେ 
କେମିତି ଢୁଳାଏ ଜୀବନ !!


ବସିବସି ଦେଖୁଥାଏ ରାସ୍ତାର 
ଚେହେରା। ଦିନକୁଦିନ କିଭଳି 
ବଦଳୁଛି ଦେଶର ଭବିଷ୍ୟତ !!
ଜୀବନକୁ ବାଜି ଲଗାଇ 
ପଥଭ୍ରଷ୍ଟ ହେଉଛନ୍ତି 
କେତେ ଯୁବକ।
ନିଜକୁ କେବେ ପଚାରେନି
କେମିତି ନିଶାସୌଦାଗର 
ଜାଲରେ ଛନ୍ଦି ପଡିଲା ପାଦ
କେମିତି ଶିକାରୀ ଫାଶରେ
ପଡିଥିଲେ ଦାନା ଖୋଜୁଥିବା 
ଉଡନ୍ତା କପୋତ ଦଳ ।


ଏକଥା ମନେ ନ ଥାଏ
ଅଧରାତିରେ ଘରକୁ ଫେରିଲେ
ମା'ର କାନ୍ଦୁରା ମୁହଁ, ବାପାଙ୍କ
ଶୁଖିଲା ଆଖି କେମିତି ଦିଶେ।
କଲେଜରେ ଗୋଲାପ ଫୁଲ
ଦେଇଥିବା ସହପାଠିନୀ 
କେଉଁଠି ହଜିଗଲା 
ସମୟ ଢେ଼ଉରେ ?


ରାସ୍ତାର ପଥଚାରୀଙ୍କୁ ଦେଖି
ବେପରୁଆ ଠାଣିରେ ମନଭରି
ହାଃ ହାଃ ହସେ ଓ କାନ୍ଦେ।
କାହାକୁ ଶୁଭେନି ସେ ଶବ୍ଦ।
ସମସ୍ତେ ଦିଶନ୍ତି ତାକୁ ଅଜବ, 
ଭିନ୍ନ ନିଶାଗ୍ରସ୍ତ ମଣିଷ
ସୁଖ ପଛରେ ଗୋଡାଇ 
ଧାଉଁଥାନ୍ତି ରାତିଦିନ ।


ସେ ଜାଣେନା ନିଶା ସାମ୍ରାଜ୍ୟର 
ହଳାହଳ ପିଇ ଝରି ଯାଉଛି 
କେଉଁଠି କେତେ ଜୀବନ।
ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମଝିରେ
ଓଲଟା ଛବି ଭଳି ଲଟକି 
ଥାଏ ଅସହାୟ ମଣିଷ
ତ୍ରିଶଙ୍କୁ ଅବସ୍ଥାରେ।
ନା ଅ।ଗକୁ ଯାଇହୁଏ
ନା ଫେରିହୁଏ ପଛକୁ।


*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy