Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHADEV PARIDA

Classics

3  

SAHADEV PARIDA

Classics

ତ୍ରିରଙ୍ଗା ପତାକା

ତ୍ରିରଙ୍ଗା ପତାକା

1 min
141


ଉଡଇ ତ୍ରିରଙ୍ଗା ଜାତୀୟ ପତାକା

ଆକାଶରେ ଫରଫର

ଜାତୀୟ ପତାକା ସମ୍ମାନ ରଖିବା

ସେ ତ ଆମ ଅସ୍ମିତାର ।


ତାହାରି ଟେକ ରଖିବା ଆମେ

ଏ ତ ଆମ ସ୍ଵାଭିମାନ

ମରିବା ପଛେ ଡରିବା ନାହିଁ

ସେ ତ ଆମ ସମ୍ମାନ।


ତିନି ରଙ୍ଗର ପତାକା ଆମ

ସୂଚାଏ ପବିତ୍ର ଗାଥା

ନାରଙ୍ଗୀ କହେ ଆମେ ସାହାସୀ ବୀର

ନୁଆଇଵାନି କେବେ ମଥା।


ଧଵଳ ରଙ୍ଗ କହେ ଶାନ୍ତି ମୈତ୍ରୀ ଏକତା

ଵିଶ୍ଵକୁ ଦିଏ ବାର୍ତ୍ତା

ଅଶୋକ ଚକ୍ର ଚବିଶି ରେଖା କହେ

ଜ୍ଞାନ ଗାରିମା ଗାଥା ।


ସଵୁଜ ରଙ୍ଗ ସୂଚନା ଦିଏ ଶସ୍ୟ ଶ୍ୟାମଳା 

ମୁଦ୍ରା ସୁବଳୟା ମାଆ

ତାହା ପରି ମାଟିମାଆ ନାହିଁ ଏ ଜଗତେ

ସେହି ତ ଆମର ସାହା ।


ତ୍ରିରଙ୍ଗା ଦିଏ ସାହସ ଶକତି ଆମେରେ

ବୀର ପୁଙ୍ଗଵ,ବୀର ସୈନିକ

ଶତ୍ରୁମାନଙ୍କୁ ହଟାଇ ଦେବୁ ରେ ଆମେ

ଏ ଦେଶର ଜନ ନାୟକ।


ତ୍ରିରଙ୍ଗା ତଳେ ଆସ ଶପଥ ନେବା

ଏକତା ହୋଇ କାମ କରିବା

ପ୍ରଗତି ପଥେ ଆଗେଇ ଯିବା ରେ

ବାଧା ବିଘ୍ନ ନ ମାନିବା ।


ହାତରେ ଧରି ତ୍ରିରଙ୍ଗା ପତାକା

ଗାଇବା ବନ୍ଦେ ମାତରଂ

ଆମେ ତାହାର ସନ୍ତାନ ଗଣ

ରଟିବା ବନ୍ଦେ ମାତରଂ।



Rate this content
Log in

Similar oriya poem from Classics