STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ତ୍ରିରଙ୍ଗା କ୍ରୟ

ତ୍ରିରଙ୍ଗା କ୍ରୟ

1 min
259


ତ୍ରିରଙ୍ଗା ଆଜି କିଣିଲି 

ବହୁ ଆନନ୍ଦିତ ହେଲି

ଭାରତୀୟ ମୁହିଁ ବୋଲି 

ନିଜକୁ ଗର୍ବିତ କଲି

ମୁଁ ତ୍ରିରଙ୍ଗା କ୍ରୟ କଲି ।


କେତେ ତ୍ୟାଗୀ ଗଲେ ଚାଲି

ସଂଗ୍ରାମ କରିଣ ଖାଲି

ସ୍ୱତନ୍ତ୍ରତା ଟିକେ ବୋଲି

ବୁହାଇ ରକତ ନାଲି

ମୁଁ ତ୍ରିରଙ୍ଗା କ୍ରୟ କଲି ।


ସୁବାଷ ମାଗିଲେ ନାଲି

ଗାନ୍ଧୀ ଅହିଂସା ରେ ଚାଲି

ଫାଶୀ ଖୁଣ୍ଟେ କେତେ ଝୁଲି 

ତ୍ରିରଙ୍ଗା ଉଡ଼ିବ ବୋଲି

ମୁଁ ତ୍ରିରଙ୍ଗା କ୍ରୟ କଲି।


ଫିରିଙ୍ଗି ଗଲେଜେ ଚାଲି

ଭାରତ ହୋଇଲା ଖାଲି

ଉଡ଼ିଲା ତ୍ରିରଙ୍ଗା ଫୁଲି

ସ୍ୱାଧୀନ ହୋଇଲା ବୋଲି 

ମୁଁ ତ୍ରିରଙ୍ଗା କ୍ରୟ କଲି।


ସ୍ୱାଧୀନ ମିଳିଲା ଖାଲି 

ପୂର୍ଣ୍ଣ ନଥିଲା ବୋଲି

ସମ୍ବିଧାନ ହେବ ବୋଲି

ଆମ୍ବେଦ ଲେଖିଲେ ଚାଲି

ମୁଁ ତ୍ରିରଙ୍ଗା କ୍ରୟ କଲି ।


ଜନତା ଗର୍ବରେ ଫୁଲି

ସ୍ଲୋଗାନ ବୋଲିଲେ ଖାଲି

ଜଣ ଗଣ ଗୀତ ବୋଲି 

ଦେଶ ଗଣତନ୍ତ୍ର ବୋଲି

ମୁଁ ତ୍ରିରଙ୍ଗା କ୍ରୟ କଲି ।


Rate this content
Log in

Similar oriya poem from Inspirational