STORYMIRROR

BULU BEHERA

Fantasy Inspirational Others

3  

BULU BEHERA

Fantasy Inspirational Others

ତ୍ରିନେତ୍ର

ତ୍ରିନେତ୍ର

1 min
138


ଜନନୀ  କୋଳରେ  ତୁମେ


ଅଚିନ୍ତାରେ ଆରାମରେ  ଥିଲ l


ଯେତେବେଳେ ତୁମେ 


ସମ୍ପୂର୍ଣ ରୂପେ ବୃଦ୍ଧ ହୋଇଗଲ


ସମସ୍ତେ  ତୁମକୁ  ତୁମ  ମା ଠାରୁ


ଛାଡେଇ  ନେଇ   ଆଣିଲେ


ବୃଦ୍ଧ ବାବାଜୀ  ପରି ତୁମର  ରୂପ


ତୁମ ମୁଣ୍ଡର ଜଟ  ଏତେ ଶକ୍ତ  ଯେ


ହାତେ  ଧରି  ଜୋରରେ ଟାଣିଲେ


ତାହା ସହଜରେ   ଛିଡ଼େ  ନାହିଁ


ଭଣ୍ଡାରୀ  କ୍ଷୁରରେ  ଚlଞ୍ଚିଲା ପରି


ସେଥିରୁ  ସରୁ  ସରୁ  ହୋଇ


କେଶ  ସବୁ  ବାହାରେ


ତୁମକୁ  ଯେତେବେଳେ ସମ୍ପୂର୍ଣ ରୂପେ


ମୁଣ୍ଡନ  କରି  ଦିଆ ଯାଏ


ସେତେବେଳେ  ମନୁଷ୍ୟ  ଖପୁରି


ପରି  ସ୍ପଷ୍ଟ  ବାରି ହୋଇପଡେ l


ଲମ୍ବା ଚଇତନ ଚୁଟି  ସାଙ୍ଗକୁ 


ତୁମ  ଖପୁରୀର  ଶୋଭା


ଚୈତନ୍ୟ  ଠାକୁରଙ୍କ  ପରି  ଦିଶେ l


ଯେତେବେଳେ ତୁମର  ଚଇତନକୁ


ହାତରେ  ଧରି  ଭଣ୍ଡାରୀମାନେ 


 ସମ୍ପୂର୍ଣ୍ଣ  ରୂପେ   ଉପାଡି  ଦିଅନ୍ତି 

 

ସେତେ ବେଳେ ମୁଁ  ତୁମର  


ତ୍ରିଲୋଚନ  ରୁପକୁ   ଦର୍ଶନ କରି 


ଏ ଜୀବନ  ମୋର ଧନ୍ୟ  ହୁଏ


ଯେତେବେଳେ  ପଥର  ଦେହରେ


ତୁମକୁ  ଜୋରରେ  ପିଟା  ଯାଏ


ଦୁଇ ଫାଳ  ହୋଇ  ଗଙ୍ଗା  ଯମୁନା ନଈ ପରି


ଅମୃତର  ଧାର  ଛୁଟlଇ  ଦିଅ l


ସେହି ଅମୃତ ମୟ  ସୁସ୍ୱାଦୁ ନିରକୁ


ଯେ ପାନ  କରିଛି  ସେ ଜାଣିଛି


ତାର  ପ୍ରକୃତ  ମହତ୍ୱକୁ l


ତୁମ ମୁଣ୍ଡର  ଦୁଇ  ଫାଳର ରସକୁ  


ଯିଏ  ଖାଇଛି  ସବୁ  ଫଳର  ରସକୁ


ସେ  ଭୁଲି  ଯାଇଛି l


ହେ ପ୍ରଭୁ  ବମ ବମ  ଭୋଲେ


ତୁମେ  ଶିବ  ନୁହଁ  ପ୍ରଭୁ


ତୁମେ ହେଲ  ତ୍ରିନେତ୍ର  ସଦୃଶ୍ୟ


ଆମର  ଶ୍ରୀଫଳ  "ନଡ଼ିଆ " l


   

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy