Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Tragedy Inspirational

3  

Brundabana Pradhan

Tragedy Inspirational

ତ୍ରାହିକର ପ୍ରଭୂ

ତ୍ରାହିକର ପ୍ରଭୂ

1 min
194


ସେ ମଣିଷକୁ

ଖୁବ୍ ଭଲଭାବେ 

ଚିହ୍ନିପାରେ 

କେବଳ ତାରି ଯୋଗୁଁ ହିଁ 

ସମାଜରେ ବଢେ ଅରାଜକତା। 

କେତେବେଳେ ଭାଇ ଭାଇ

ମଧ୍ୟରେ ତ ଆଉ 

କେତେବେଳେ ବାପ ପୁଅ ସହ

ମହାଭାରତ ସୃଷ୍ଟି କରିବାରେ

ପଛଘୁଞ୍ଚା ଦିଏନାହିଁ ।

ଶକୁନିର ପଶାଖେଳରେ

ନିଜର ସତ୍ତା ହରାଇଥିବା

ଆଜିର ମଣିଷ ମାନେ ବି

ନିଜ ସ୍ତ୍ରୀକୁ ହରାଇ ବସନ୍ତି 

ଦୁର୍ଯ୍ୟୋଧନ ଦୁଃଶାସନ ପାଖରେ। 

ହେଲେ ଆଜି ତ

ବିଷ୍ଣୁର ଦେଖିନାହିଁ 

ପାଣ୍ଡବ ସାଥିରେ 

କିପରି ସେ ଦଳିତ 

ଦ୍ରୌପଦୀର ବସ୍ତ୍ର ହରଣରୁ

ରକ୍ଷାକରି ବସ୍ତ୍ର ପ୍ରଦାନ କରିବ 

ଆଜି ସ୍ୱୟଂ ଭଗବାନ 

ପାଣ୍ଡବଙ୍କ ନିକଟରେ ନାହିଁ 

କି ଆଜିର ପାଣ୍ଡବ ମାନେ

ଭଗବାନ ବିଷ୍ଣୁଙ୍କ ଆୟତ୍ତରେ ନାହିଁ ।

କେବଳ ଦୂରରୁ ଶୁଭୁଛି

ବହୁ ନାରୀର ଆର୍ତ୍ତ ଚିତ୍କାର 

ତ୍ରାହିକର ପ୍ରଭୁ ତ୍ରାହିକର।  


 


Rate this content
Log in

Similar oriya poem from Tragedy