STORYMIRROR

ବି. ନିରୁପମା

Abstract

2  

ବି. ନିରୁପମା

Abstract

ତୋତେ ଟିକେ ଭେଟିବାକୁ

ତୋତେ ଟିକେ ଭେଟିବାକୁ

1 min
122

କେତେ ଆଶା ନେଇ ଧାଇଁ ଆସିଛି ମୁଁ

ତୋତେ ଟିକେ ଭେଟିବାକୁ ,

ରାଜି ହେବୁ କି ଲୋ ମୋ ସାଥିରେ ଆଜି

ବେଳ ଟିକେ କାଟିବାକୁ


ଭାରି ମନେପଡ଼େ ତୋ କଥା ଲୋ ମୋର

ନିରୋଳାରେ ଯେବେ ଥାଏ ,

ପିଲାବେଳେ କେତେ ଖେଳୁଥିଲେ ମିଶି

ସକାଳରୁ ସଞ୍ଜ ଯାଏ


ପଢ଼ା ବେଳ ହେଲେ ପୋଖରୀରେ ବୁଡ଼ି 

ଧାଉଁଥିଲେ ପଢ଼ିବାକୁ


ରାଜି ହେବୁ କି ଲୋ ମୋ ସାଥିରେ ଆଜି

ବେଳ ଟିକେ କାଟିବାକୁ


ନାକ କାନ୍ଦୁରି ତୁ ଅଛୁ କି ସେମିତି

ଏବେ ବଦଳି ଗଲୁଣି ,

ମନେ ଅଛିକିନା ଧୂଳିଖେଳ କଥା

ତାକୁ ପାସୋରି ଦେଲୁଣି


ମିଛିମିଛିକା ତୁ ଭାତ-ତିଅଣ ଲୋ

ଦେଉଥିଲୁ ଖାଇବାକୁ


ରାଜି ହେବୁ କିଲୋ ମୋ ସାଥିରେ ତୁହି

ବେଳ ଟିକେ କାଟିବାକୁ


କେତେ ଆଶା ନେଇ ଧାଇଁ ଆସିଛି ମୁଁ

ତୋତେ ଟିକେ ଭେଟିବାକୁ


Rate this content
Log in

Similar oriya poem from Abstract