Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Fantasy

3  

ତାରାପ୍ରସାଦ ଜେନା

Fantasy

ତୋର ଲାଜମିଶା ହସକୁ ମୋର ଭାରି ଡର

ତୋର ଲାଜମିଶା ହସକୁ ମୋର ଭାରି ଡର

1 min
326


ତୋର ଲାଜମିଶା ହସକୁ ମୋର ଭାରି ଡର

ଟିକେ ଗଲେ କାଳେ କାନ୍ଦିବୁ ବାୟାଣୀଟା ମୋର !


ମନ ହେଲେ ଆଗ ପିନ୍ଧୁଚୁ କୁଞ୍ଚପକା ଶାଢ଼ି

ବେଶ ବାସ କେବେ ମଳିନ ସତେ ଦୁଃଖ ବଢ଼ି !


କଥା କହୁ କେତେ ମିଶାଇ ନାହିଁ ବାଡ଼ ବତା

ଆଉ କିଏ ପଦେ କହିଲେ ମୁହଁ ତୋର ଶେତା !


ଆଗ ପଛ ଚାଲି ଝୁଣ୍ଟୁଚୁ ପଡ଼ି ଉଠି ନିଜେ

ଆଉ କା'ର ଚାଲି ଖୁଣିବା ତୋର କାମ ସଜେ !


ଯାହା ବୁଝୁ ତୋର ମନକୁ ତତେ ଏକା ଭଲ

ହାବ ଲାଭ ଥାଉ ପଛକୁ ବୁଝୁନାହୁଁ ଗେଲ !


ଆଖି ଆଖି ଯୋଡ଼ି ଦେଖୁନୁ ଭଲ ମନ୍ଦ କିଛି

ଯାହା ତାହା ହେଉ ନେଉଛୁ ଜିଦି ଅବା ବାଛି !


ରୂପ ତୋର କୋପ କରିନି ବରିଥିଲି ତତେ

ଗୁଣ ତୋର ମାପ କରୁଛି ବସି ଏକା ସତେ !


ମତେ କେତେ ଭଲ ଲାଗୁଛୁ ଟାଣିନାହିଁ ସୀମା

ତତେ କେବେ ଏଇ ମନରୁ ଭୁଲିନାହିଁ ଜମା !


ମୁହଁ ତଳ ତୋର ଦେଖିଛି ଗାର କଟା ନଖ

ସେଇତକ ଭଲ ମଣିଛି ମୋର ଭାଗ୍ୟ ସୁଖ !


ଯେତେ ହେଲେ ତୋର ନିରୀହ ପଣ ବେଶି ଲାଗେ

ବୁଝୁନାହୁଁ ଅବା ବୟସୀ ଭାର ଠାର ବାଗେ !


Rate this content
Log in