Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Tragedy

3  

Prafulla Kumar Tripathy

Tragedy

ତୋବିନୁ ଅନ୍ଯଗତି ନାହିଁ

ତୋବିନୁ ଅନ୍ଯଗତି ନାହିଁ

1 min
468


ଜଗତର ନାଥ କାଳିଆ ସାଅନ୍ତ

ତୁମ ଲୀଳାତ ବୁଝି ପାରେନି

ଯେତେ ଚେଷ୍ଟାକଲେ ତୁମକୁ ପ୍ରଭୁହେ

ଉତ୍ତର ଖୋଜି ମୁଁ ପାଉନି ।


ରାଇଜ ଯାକର ଚିନ୍ତାହେ ତୁମକୁ

ମୋ ଚିନ୍ତାକି ତୁମକୁ ଘାରିବ

ସଂସାର ଯାକର ଜଞ୍ଜାଳ ଭିତରେ

ମୋ କଥାକି ତୁମ ମନେ ପଡିବ ।


ସମସ୍ତେ କହନ୍ତି ତୁମେ ବଡ ବୋଲି

ତୁମ ପାଖେ ବଡପଣ ମୁଁ କିଛି ଦେଖୁନି

ନିଳାଚଳ ଧାମେ ତୁମେତ ରହିଲ

ଭକ୍ତକୁ ଦେବାପାଇଁ ଦରଶନ

ହାତନାହିଁ ତୁମ ପାଦନାହିଁ ବୋଲି

କଲକି ପ୍ରଭୁ ତୁମେ ଅଭିମାନ ।


ଦୁନିଆ ଯାକର ଭକ୍ତଙ୍କ ଗୁହାରି

କେତେବା ତୁମେ ଶୁଣିବା

ମୋ ଭଳିଆ ଏ ଗରିବ ଗୁହାରି

ତୁମ କର୍ଣ୍ଣରେ କି ବାଜିବ ।


Rate this content
Log in

Similar oriya poem from Tragedy