STORYMIRROR

Santosh Pattnayak

Tragedy

3  

Santosh Pattnayak

Tragedy

ତୋବିନା - 5

ତୋବିନା - 5

1 min
553


ମନସ୍ତାପେ ବସି ଅଶ୍ରୁ ନିଗାଡିଲି

ପ୍ରଭାତୁ ହୋଇଲା ସଞ୍ଜ

ହୃଦୟ ବିବରେ ସ୍ମୃତି ଭରିଗଲା

ଶିରେ ପଡଇ ଅମ୍ବୁଜ...


ସୀମାହୀନ ଏଇ ମନଟା ମୋହର

ତଥାପି ଦେଖୁଛି ସ୍ବପ୍ନ

ଝୁରେ ଅଶ୍ରୁ ବାରି ଚକ୍ଷୁଫର୍ଦା ଚିରି

ଫେରିଆସ ଜୀବଧନ.....


କବିତା କୁସୁମେ ପତର ପ୍ରେରିଲି

ପ୍ରୀତିର ମହକ ବୋଳି,

ସାଧା କାଗଜରେ ଆଙ୍କିଛି ତୁମକୁ

କଲମରୁ ସାରି କାଳି.....

--------------

ସନ୍ତୋଷ ପଟ୍ଟନାୟକ , ବେଗୁନିଆପଡା/ ଗଞ୍ଜାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy