STORYMIRROR

Sanjukta Padhi

Abstract Others

3  

Sanjukta Padhi

Abstract Others

ତୋ ପ୍ରେମରେ

ତୋ ପ୍ରେମରେ

1 min
270

ହେ ବାଙ୍କ ବିହାରୀ ହେ ମୂରଲୀଧାରୀ

ଘେନାକର ଆଜି ପ୍ରଭୁ ମୋ ଗୁହାରି

ତୁମ ନାମକୁ ଧରି ଯିବି ଗୋ ତରି

ଦୟାକରି ବାରେ ମୋତେ

ଗିରି ଗୋବର୍ଦ୍ଧନ ଧାରୀ ।

ରଙ୍ଗ ରୂପ ରସରେ

ନାହିଁ କିଏ ତୁମରି ସରି

ବାନ୍ଧି ନିଅ ତୁମ ପାଦେ

ମୋତେ  ଘୁଘୁଂର କରି ।

ହେ ବନମାଳିଆ

ମୋର ମୟୂର ଚୂଳିଆ

କଳାକାହ୍ନୁ କ୍ଷୀରଚୋରା

ସାକ୍ଷୀଗୋପାଳିଆ ।

ତମ ରଙ୍ଗା ଅଧରେ

ହସ କୂଟନୀତି ରେ

ରାତିକୁ କଲ୍ ବାଇ

ରୁକ୍ମଣୀ ସତ୍ୟଭାମା ଙ୍କୁ

ପଛରେ ପକାଇ ।

ଯିଏ ପଡ଼ିଲା ଥରେ

ତୁମ ପ୍ରେମ ଫାଶରେ

ଭୁଲି ଯିବେ ପୁରା ପୁରୀ

ମିଛ ମାୟା ସଂସାର ।



Rate this content
Log in

Similar oriya poem from Abstract