STORYMIRROR

Ajay kumar Behera

Romance

3  

Ajay kumar Behera

Romance

ତୋ ପ୍ରେମରେ ଆଲୋ ଜ୍ୟୋତି

ତୋ ପ୍ରେମରେ ଆଲୋ ଜ୍ୟୋତି

1 min
323


ଖୋଜୁ ଥିଲି ମୁହିଁ

ସାଗର ବେଳାରେ ମୋତି

ଅନ୍ଧଥିଲି ହୋଇ

ତୋ ପ୍ରେମରେ ଆଲୋ ଜ୍ୟୋତି।୧।


ବୁଝିଲୁ ନାହିଁ ତୁ

ଦୁଃଖୀ ଏଇ ମନ ମୋର

ଭାବି ଥିଲି ତୁହି

ମୋ ସାଥେ କରିବୁ ଘର।୨।


ଗୋଟି ଗୋଟି କରି

ସଞ୍ଚିଥିଲି ଯେତେ ଧନ

ମୋ ହାତ ଛାଡ଼ିଲୁ

କରି ଦେଲୁ ହୀନିମାନ।୩।


ଭାଗ୍ୟ କୁ ଆଦରି

ଚାଲୁଛି ବାଟ ମୋହର

ଅଧାରେ ରହିଲା

ସମ୍ପର୍କ ଡୋର ଆମର।୪।


ଏଡେ ମିଛେଇ ତୁ

ଠକି ଦେଲୁ କାହିଁ ମୋତେ

କି ଲାଭ ପାଇଲୁ

ପର କରି ଦେଇ ସତେ।୫।


କେମିତି ଅଛି ମୁଁ

ଦେଖି ଯାଆ ଆସି ଥରେ

ଧକ୍କା ଦେଇ ତୁହି ଆଲୋ

ରହିଛୁ ଖୁସିରେ।୬।


ଗରୀବ ଟେ ବୋଲି

ଜାଣିଥିଲୁ ଆଲୋ ତୁହି

ହୃଦୟ ନାହିଁ ତ

ଛଳଣା କରିଲୁ କାହିଁ।୭।


ମୋ ପ୍ରେମରେ ମିଛ

ଜମାରୁ ନ ଥିଲା ସତେ

ମିଛେଇ ପ୍ରିୟା ତୁ

ସ୍ୱାର୍ଥ ବଳି ଗଲା ତୋତେ।୮।


ଜୀବନ ଜଳୁଛି

ହୁତୁ ହୁତୁ ହେଇ ମୋର

ବିଷ ଦେଇ ଯାଆ

ନିଜ ହାତେ ଆଲୋ ତୋର।୯।


ଖୁସି ହେଇ ଯିବ

ଆତ୍ମା ଆଉ ମନ ତୋର

କଣ୍ଟା ସାଜିବି ନି

ଜୀବନ ପଥେ ତୋହର।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance