STORYMIRROR

ବି. ନିରୁପମା

Abstract

2  

ବି. ନିରୁପମା

Abstract

ତୋ ପଦେ ଥାଉ ମୋ ଚିତ୍ତ

ତୋ ପଦେ ଥାଉ ମୋ ଚିତ୍ତ

1 min
3.1K

ତୋତେ ଦେଖିଦେଲେ ମୋ ମନରେ କିଆଁ

ଆନନ୍ଦ ଆସଇ ଏତେ ,

ମନ ଭରେ ନାହିଁ ଆଖି ପୁରେ ନାହିଁ

ନିରେଖି ଚାହିଁଲେ ଯେତେ


ଅଧାଗଢ଼ା ସିନା ମୂରତି ତୋହର

ତୁ ଅଟୁ ସବୁରି ମୂଳ ,

ଦୁନିଆ ଯାକର ଶୋଭା ତୋ ଦେହରେ

ହୋଇଅଛି ପରା ଠୁଳ


ନିନ୍ଦା, ପରଶଂସା, ଗାଳି, ଅଭିମାନ

ଯେ ଯାହା କରିଲେ ଶୁଣୁ ,

ସଭିଙ୍କର କିନ୍ତୁ କଲ୍ୟାଣ କରୁ ତୁ

କଲ୍ୟାଣମୟଟି ଯେଣୁ


ଦୂରେ ଅବା ପାଖେ ଯେ ଯେଉଁଠି ଡାକେ

କାନ ଡେରି ଶୁଣୁ ସଦା ,

ନିମିଷକ ମଧ୍ୟେ ଭକତର ନାଥ

ନାଶ କରୁ ସବୁ ବାଧା


ମାଗୁନାହିଁ ତୋତେ ସରଗର ସୁଖ

କିବା ମୁଁ ଅସରା ବିତ୍ତ ,

କରୁଣା ଏତିକି କରିଥାରେ ମୋତେ

ତୋ ପଦେ ଥାଉ ମୋ ଚିତ୍ତ


Rate this content
Log in

Similar oriya poem from Abstract