STORYMIRROR

Ajaya Mahala

Romance

0.7  

Ajaya Mahala

Romance

ତୋ ପାଇଁ ବର୍ଷା କବିତା

ତୋ ପାଇଁ ବର୍ଷା କବିତା

1 min
14K


ଅବୋଧ୍ୟ ଲିପି ତୁ

ଅବ୍ୟକ୍ତ ଗୀତି ତୁ

ଅବାଧ୍ୟ ମନର

ଅଭୁଲା ସ୍ମୃତି ତୁ

ମୋ ହୃଦ ତନ୍ତ୍ରୀର

ଅନାହତ ଧ୍ୱନି ତୁ

ପ୍ରୀତି ଶ୍ରାବଣର

ଗହିରୀ ତାଳ ବଣେ

ଅନ୍ଧାର ରାତିର

ଟିପ ଟିପ ଗୀତ ତୁ

ମେଘ ଆଉ ନିଦ

ନିଦ ଆଉ ମେଘ

ବିତିଗଲା ରାତିର

ଅଧା ଶୁଣା ଗପ ତୁ

ସହିଯାଉ ହସି

ନଇଁ ଯାଉ ହସି

ବର୍ଷାରେ ଜୁଡ଼ୁବୁଡ଼ୁ ଫୁଲର

ଉଲ୍ଲସିତ ରୂପ ତୁ

କେବେ ଥିଲୁ

ପହିଲି ଆଷାଢ଼ର

ଖସଡ଼ା ସଡକ ତୁ

ଝିଲିପି ବାଳରୁ

ଖସୁଥିବା କିଲିପି ତୁ

କିନ୍ତୁ ଏବେ

ପ୍ରେମୋତ୍ତୀର୍ଣ୍ଣ ଭୋଦୁଅର

କାଦୁଅ ତୁ

ସଘନ ତୁ,

ନିବିଡ ତୁ

ପତନୋନ୍ମୁଖୀ

"ବର୍ଷା"ର

ତୀର୍ଯ୍ୟକ୍ ରେଫ୍ ଚିହ୍ନ ତୁ

ମାଟିର ମହ ମହ ବାସ୍ନା ତୁ

ଧରା ସହ ଧାରାର

ସାନ୍ନିଧ୍ୟ ତୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance