Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jyotirmoyee Mohanty

Inspirational

4  

Jyotirmoyee Mohanty

Inspirational

ତୋ ପାଦେ ଶରଣ ମାଆ

ତୋ ପାଦେ ଶରଣ ମାଆ

1 min
176


ତୁହି ମା ଜନନୀ ସଦା ସିମନ୍ତିନିସଂସାର ପାଳନ ହାରୀ,ମାତା, ଭଗ୍ନୀ, ଜୟ ସୁତାର ରୂପରେ ହୋଇଥାଉ ଅବତରି  l


ତୋ ସାଙ୍ଗରେ କିଏ ସରି ହେବ କହତୁ ତ ଚିର ବରଣ୍ୟା,ତୋ ପାଦ ସେବିଲେ ଅଭୟ ଲଭିଲେଜଗତେ ହୁଏ ଅନନ୍ୟା l


ପ୍ରଥମରେ ତୁହି ଶୈଳପୁତ୍ରୀ ମାଆଦ୍ୱିତୀୟେ ବ୍ରହ୍ମଚାରିଣୀ ,ତୃତୀୟରେ ଚନ୍ଦ୍ରଘଣ୍ଟା ଚତୁର୍ଥରେକୁଷ୍ମଣ୍ଡା ନାମ ଧାରିଣୀ  l


ପଞ୍ଚମରେ ତୁହି ସ୍କନ୍ଦମାତା ନାମେଷଷ୍ଠେ କାତ୍ୟାୟିନୀ ବୋଲି ତୁହି କଲା ରାତ୍ରୀ ମହାଗୌରୀ ପୁଣିଶ୍ରୀ ଦୁର୍ଗା ତୁ ସେରବାଲି l


ନବରାତ୍ରେ ନଅ ନାମେ ନେଇ ତୁ ମାଆଧାରାରେ ହେଉ ତୁ ଉଭା,ଦୁଷ୍ଟକୁ ସଂହାରି ଶାନ୍ତି ଧ୍ବଜା ଉଡାଇବିସ୍ତାରୁ ଅଭୟ ଅଭା l


ତୁ ସୃଷ୍ଟି କାରିଣୀ ସଂହାର କାରିଣୀଆଦି ଶକ୍ତି ଅପରୂପା,ତୋହରି ଆଶିଷେ ପଙ୍ଗୁ ଲଙ୍ଗେ ଗିରିମୂର୍ଖ ସେ ଜଗତ ଜିତା l


ଗରିବର ଲୁହେ ତୋ ପଣତ ଭିଜେଅନାଥର ତୁହି ସାହା,ପଥ ହୁଡ଼ି ଗଲେ ହାତ ଧରି ତୁ ମାଆଦେଖାଇ ଥାଉ ତୁ ରାହା l


ତୋର ଇଙ୍ଗିତରେ ସୂରୁଜ ଉଁଅଇମହୀ କରି ଆଲୋକିତ,ଦିନ ଢଳିଗଲେ ଚନ୍ଦ୍ର ବି ଆସଇ ରାତିହୁଏ ଜ୍ୟୋସ୍ନାୟିତ l


ତୋହରି ହସର ମଧୁ ଝରିକରେ ଝରଇ ଅମୃତ ବାରି,ସୁନାର ଫସଲେ ହସଇ ଧରଣୀହସେରେ ଦୁନିଆ ସାରି l


ତୋହରି ରାଗର ଜ୍ୱଳନ୍ତ ଶିଖା ସେହୁଏ ଯେବେ ଉର୍ଦ୍ଧୟିତ ,ନିମିଷେ ମାତ୍ରକେ ଭସ୍ମ ହୋଇଯିବ ଶୂନ୍ୟ ମହୀ ପ୍ରକମ୍ପିତ l


ତୋ ପଣତ ତଳେ ସର୍ବେ ସୁରକ୍ଷିତତୋହରି ସନ୍ତାନ ଗଣ,ପ୍ରେମ ଭକ୍ତି ପୂର୍ଣ୍ଣ ପ୍ରଣତି ନିଅ ମାଆଏତିକି ମୋ ନିବେଦନ  l


ଏ ଘନ କାଳରେ କର ମାତା ରକ୍ଷା ବିଶ୍ୱବାସୀ ଭାୟାତୁର କରୋନା ଦାନଵ ଦାଉରୁ ମାତା ତୁଆମକୁ ଉଦ୍ଧାର କର ।


Rate this content
Log in