STORYMIRROR

Kabiratna Nutan Kumar Behera

Tragedy Action Classics

4  

Kabiratna Nutan Kumar Behera

Tragedy Action Classics

ତୋ ମୋ ଭିତରେ ପ୍ରଭେଦ

ତୋ ମୋ ଭିତରେ ପ୍ରଭେଦ

1 min
381

    


କଳ କଳ ନାଦେ ଛନ୍ଦ ତୋଳି

ବହି ଯାଉଥିବା ଧାରାର

ତୁ ଶୁଭ୍ରା ସ୍ନିଗ୍ଧା ଏକ ତଟିନୀ,

ପ୍ରଖର ରୌଦ୍ର ତାପର କ୍ଳିଷ୍ଟତାରେ

ହୁତୁ ହୁତୁ ଜଳି ଯାଉଥିବା

ମୁଁ ଏକ ଦଗ୍ଧଭୁତ ବନାନୀ।

ପ୍ରବଳ ତୃଷାରେ ଆତୁର ହୋଇ

ଛଟପଟ ହେଉଥିବା ପ୍ରାଣକୁ

ତୁ ଜଳଦାନେ ତୃଷା ମେଣ୍ଟାଇ 

ଦେଉ ପରମ ଶାନ୍ତି ତୃପ୍ତି,

ଦୁଃଖର ମୃତ୍ୟୁ ଉପତ୍ୟକାରେ

ଜମା ଜମା ପାଉଁଶ ଗଦାର

ମୁଁ ଆହତ ପରାସ୍ତ ଶୁଷ୍କ ବୃକ୍ଷରାଜି

ଅସରାଏ ଜଳର ଛିଞ୍ଚନରେ

ସାନ୍ତ୍ଵନା ପାଇବା ବି ମୋ ପାଇଁ

ସମ୍ପୂର୍ଣ୍ଣ ରୂପେ ହୋଇଛି ସମାପ୍ତି।

ତୁ ଆବେଗତାର ତରଙ୍ଗରେ

ରଙ୍ଗୀନ ସ୍ବପ୍ନମାନଙ୍କୁ ନେଉ

ନଚାଇ ନଚାଇ ସାଗରର ସଙ୍ଗମେ

ଆଶା ଭରସା ଦେଇ ହୃଦୟରେ,

ମୁଁ ନିସ୍ତବ୍ଧତାର ନେପଥ୍ୟରେ

କୋହର ଦାହରେ ଭସ୍ମିଭୂତ

ନିସ୍କ୍ରିୟ ଜଡତ୍ଵର ଅଂଶାବଶେଷ

ନାହିଁ ମୋର ଆକାଂକ୍ଷା କିଛି

ରହିବାକୁ ସମ୍ଭାବନାର ଅପେକ୍ଷାରେ।

ତୋ ମୋ ଭିତରେ ଏତିକି ମାତ୍ର

ଲମ୍ବା ବ୍ୟବଧାନର ପ୍ରଭେଦ,

ତୁ ଅଛୁ ଉତ୍ସାହିତ ପାଇ ଆନନ୍ଦ

ମୁଁ ହାରି ଯାଇ ଭୋଗୁଛି ବିଷାଦ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy